ସୋପିଆନରେ ଲୁଚି ରହିଥିବା ୨ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ସୁଗାନ ଅଞ୍ଚଳରେ ସେନାର ଅପରେସନ ‘ଅଲଆଉଟ’ରେ ନିପାତ ହୋଇଛନ୍ତି ୨ ଆତଙ୍କୀ।  ସୁରକ୍ଷାବଳ ସହ ଗୁଳିବିନିମୟ ବେଳେ  ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏବେ ବି ଅପରେସନ ଚାଲିଥିବା ସୂଚନା ରହିଛି

ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଜୈନାପୋରା ଇଲାକାର ସୁଗାନ ଗ୍ରାମରେ ସୁରକ୍ଷାକର୍ମୀମାନେ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।  କାଶ୍ମୀର ଜୋନ ପୋଲିସର ଟ୍ୱିଟର ଆକାଉଣ୍ଟ ତଥ୍ୟ ଅନୁସାରେ, ତଲାସୀ ଅଭିଯାନବେଳେ ଆତଙ୍କୀମାନେ ପ୍ରଥମେ ନିଜ ଆଡୁ ଗୁଳି ଚଳାଇ କରିଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀମାନେ ଚାରିପଟୁ ଘେରାଉ କରି ପାଲଟା ଆକ୍ରମଣ କରିଥିଲେ। ଫଳରେ ଦୁଇଜଣ ଆତଙ୍କୀ ନିପାତ ହୋଇଥିଲେ। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ଏକ ପିସ୍ତଲ, ଗୋଟିଏ ଏକେ ବନ୍ଧୁକ ଜବତ କରିଛନ୍ତି।

ତେବେ ନିହତ ଆତଙ୍କବାଦୀ କେଉଁ ସଂଗଠନର ତାହା ଜଣାପଡି ନାହିଁ। ଭ୍ୟାଲିରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଉଥିବା ନେଇ ଆଶଙ୍କା କରାଯାଉଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ, ସେନା ଓ ସିଆରପିଏଫର ଟିମ୍ ଏହି ଅପରେସନରେ ସାମିଲ ହୋଇଛନ୍ତି।

ସୂଚନାଥାଉ କି, ପୂର୍ବରୁ ମଙ୍ଗଳବାର ଜମ୍ମୁ କାଶ୍ମୀର ଗାନ୍ଦରବଲ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ଭାଜପା ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ନେତାଙ୍କ ଅଙ୍ଗରକ୍ଷୀଙ୍କ ଦେହରେ ଗୁଳି ବାଜିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସର କହିବା ଅନୁଯାୟୀ, ପାଲଟା ଆକ୍ରମଣରେ ଜଣେ ଆତଙ୍କୀ ନିହତ ହୋଇଥିଲେ।

 

 

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like