ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଶ୍ରୀନଗର: ସୀମା ଲଘିଂଲା ପାକିସ୍ତାନର ବଦ୍‌ମାସି। ଏଲଓସିରେ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ଫଳରେ ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥି ସହିତ ୫ ଯବାନ ଗୁରୁତର ହୋଇଛନ୍ତି। ତେବେ ଭାରତୀୟ ଯବାନ ପାକ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି। ସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ସେନା ପୋଷ୍ଟ ଉପରକୁ ମୋର୍ଟାର ମାଡ଼ କରିଛନ୍ତି।

ସେନା ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ପାକିସ୍ତାନ ତରଫରୁ ଅଚାନକ ମୋର୍ଟାର ମାଡ ହୋଇଥିଲା। ଫଳରେ ୨ ଜଣ ଯବାନ ସହିଦ ହୋଇଥିଲେ। ଆହତ ଯବାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଥିଲା। ତେବେ ଭାରତୀୟ ଯବାନଙ୍କ ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା। ତେବେ ଏହି ମାମଲାରେ କେତେ ପାକ୍‌ ସେନାଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ।

ଏହା ପୂର୍ବରୁ ପାକିସ୍ତାନ ସେନା ପୁଞ୍ଝ ସେକ୍ଟରରେ ଯୁଦ୍ଧ ବିରତି ଉଲ୍ଲଘଂନ କରି ପ୍ରବଳ ଗୁଳିମାଡ଼ କରିଥିଲେ। ଯାହାଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ୨ ଜଣ ଯବାନ  ଆହତ ହୋଇଥିଲେ। ଗତ ୮ ମାସ ମଧ୍ୟରେ ପାକିସ୍ତାନ ୩,୦୦୦ରୁ ଅଧିକ ଥର ଯୁଦ୍ଧ ବିରତି ଉଲ୍ଲଘଂନ କରିଛି। ସୂଚନା ଥାଉ କି, ୨୦୦୩ରେ ଭାରତ-ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଯୁଦ୍ଧ ବିରତି ବୁଝାମଣା ହୋଇଥିଲା।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like