ସୋପିଆନ୍ରେ ଏନକାଉଣ୍ଟର; ପୁଣି ୩ ଆତଙ୍କୀ ନିପାତ୍
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ୨୪ ଘଣ୍ଟାରେ ୬ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଗତକାଲି ୩ ଆତଙ୍କୀ ନିହତ ହୋଇଥିବାବେଳେ ଶନିବାର ସକାଳେ ସୋପିଆନ୍ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।ସ୍ଥାନୀୟ ଅମଶୀପୋରା ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା, ସିଆରପିଏଫ୍ ଓ ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା।
ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ତିିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନି ।
ଆହୁରି ୨ରୁ ୩ ଆତଙ୍କୀ ଲୁଚି ରହିଥିବା କୁହାଯାଉଛି।
ସୂଚନାଥାଉ କି, ଗତକାଲି କୁଲଗାମ୍ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଥିଲେ ।
#ShopianEncounterUpdate: . So far 03 #unidentified #terrorists killed. #Operation going on. Further details shall follow. @JmuKmrPolice https://t.co/ojP21idGuG
— Kashmir Zone Police (@KashmirPolice) July 18, 2020