ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଏବେ ଯେକୌଣସି ବ୍ୟକ୍ତି ଜାଗା କିଣି ସେଠାରେ ବସବାସ କରିପାରିବେ। ଏ ନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏବେ ମଧ୍ୟ ଚାଷ ଜମି ଉପରେ କିଣାବିକା ରୋକ୍‌ ଜାରି ରହିଛି।

ଜାମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ କହିବା ମୁତାବକ ରାଜ୍ୟକୁ ବାହାରର ଇଣ୍ଡଷ୍ଟ୍ରି ଗୁଡ଼ିକ ଆସିଲେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହେବ। ତେଣୁ ଶିଳ୍ପ ଉପଯୋଗୀ ଜମିଗୁଡ଼ିକରେ ଟଙ୍କା ବିନିଯୋଗ ହେବା ଜରୁରୀ।

ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ କେବଳ ଜାମ୍ମୁ କାଶ୍ମୀର‌ର ବାସିନ୍ଦାଙ୍କ ମଧ୍ୟରେ ହିଁ ଜମି କିଣାବିକା ପାଇଁ ଆଇନ୍‌ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ସେଠାରେ ଜାଗା କିଣି ବ୍ୟବସାୟ କରିପାରିବେ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀର ପୁନଃଗଠନ ଅଧିନିୟମ ଅନୁସାରେ ଏହାର ପରିବର୍ତ୍ତନ କରିଛି। ଯାହା ଫଳରେ ସେଠାରେ ଫ୍ୟାକ୍ଟ୍ରି, ଦୋକାନ ବା ଘର କରିହେବ ଏବଂ ଏଥିପାଇଁ ସ୍ଥାନୀୟ ବାସିନ୍ଦାର କୌଣସି ପ୍ରମାଣ ପତ୍ରର ଆବଶ୍ୟକ ହେବ ନାହିଁ।

ପୂର୍ବ ବର୍ଷ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଛେଦ କରାଯାଇ ୩୧ ଅକ୍ଟୋବର ୨୦୧୯ରେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା। ତେବେ କେନ୍ଦ୍ର ଶାସିତ ଅଞ୍ଚଳ ହେବାର ଏକ ବର୍ଷ ପୂର୍ତ୍ତି ଅବସରରେ ଜମି କିଣାବିକା ଆଇନ୍‌କୁ ବଦଳାଯାଇଥିବା କୁହାଯାଉଛି।

You might also like