ପୁଲୱାମାରେ ଏନକାଉଣ୍ଟର; ୨ ଆତଙ୍କୀ ନିପାତ, ଯବାନ ସହିଦ୍‌

ଜମ୍ମୁ:ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥରେ ଜଣେ ଯବାନଙ୍କର ବୀରଗତିପ୍ରାପ୍ତ ହୋଇଛି।

ଜମ୍ମୁ-କାଶ୍ମୀରର ପୁଲୱାମା ସ୍ଥିତ ବାନ୍ଦଜୁ ଇଲାକାରେ ଆତାଙ୍କବାଦୀ ଲୁଚି ରହିଥିବା ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀ।  ଏହି ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଆରମ୍ଭ ହୋଇ ଯାଇଥିଲା। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ପ୍ରାଣ ହରାଇଥିବାବେଳେ ସିଆରପିଏଫର ଜଣେ ଯବାନ ସହିଦ ହୋଇ ଯାଇଛନ୍ତି।

ସୂଚନାଥାଉ କି, ୨୧  ତାରିଖ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କବାଦୀକୁ ନିପାତ କରାଯାଇଥିଲା।  ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ।

ସେହିପରି ୧୯ ତାରିଖ ମଧ୍ୟ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିଲା ସେନା।  ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଜାମ୍ମୁକାଶ୍ମୀର ପୁଲିସ୍ ଡିଜି ଦିଲ୍‌ବାଗ ସିଂହ କହିଥିଲେ । ଏଥିରେ ୩ ଜଣ ପୁଲ୍‌ୱାମା ଜିଲ୍ଲାର ଅୱନ୍ତିପୁରାରେ ନିହତ ହୋଇଥିଲେ ଆଉ ୫ ଜଣ ସୋପିଆନ୍‌ରେ ନିହତ ହୋଇଥିଲେ ବୋଲି ସୂଚନା ଦେଇଥିଲେ ଡିଜିପି। ଏମାନେ ସମସ୍ତେ ଜୈଶ-ଇ ମୁହମ୍ମନଦର ଆତଙ୍କବାଦୀ ଥିଲେ ବୋଲି ସୂଚନା ମିଳିଥିଲା।

 

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like