ପାକିସ୍ତାନର ଅପପ୍ରଚାରକୁ ଉଚିତ୍‌ ଜବାବ ଦେଉଛନ୍ତି ଜମ୍ମୁ-କାଶ୍ମୀରର ଦୁଇ ପୁଲିସ ଅଫିସର

ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଭାରତ ବିରୋଧରେ ଅପପ୍ରଚାର ଚଲାଇ ଆସୁଛି। ସୋଶାଲ ମିଡିଆରେ ଭାରତ ବିରୋଧୀ ମିଛ ଖବର ଦେଇ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବାକୁ ଚାହୁଁଛି। ହେଲେ ଭାରତ ତାହାର ଏପରି ଚାଲକୁ ସଫଳ ହେବାକୁ ଦେଉନି। ପ୍ରତିଥର ପାକିସ୍ତାନର ମିଛକୁ ଧରା ପକେଇ ଦେଇଛି ଭାରତ। ଆଉ ପାକିସ୍ତାନର ଏହି ମିଛକୁ ଧରା ପକାଇବାରେ ପ୍ରମୁଖ ଦାୟିତ୍ୱ ନେଇଛନ୍ତି ଜାମ୍ମୁ-କାଶ୍ମୀରର ଦୁଇ ପୋଲିସ ଅଫିସର।

ଶ୍ରୀନଗରରେ ମୁତୟନ ଥିବା ଆଇପିଏସ ଅଫିସର ଇମ୍‌ତିଆଜ ହୁସେନ
 ଶ୍ରୀନଗରରେ ମୁତୟନ ଅଛନ୍ତି ଆଇପିଏସ ଅଧିକାରୀ ଇମ୍‌ତିଆଜ ହୁସେନ। ପାକିସ୍ତାନୀ ଆତଙ୍କବାଦୀଙ୍କୁ ଘଉଡ଼ାଇବାରେ  ଇମ୍‌ତିଆଜ ମାହିର। ଏବେ ବଳିଷ୍ଠ ଯୁକ୍ତି ଏବଂ ପ୍ରମାଣ ଦେଇ ଅପପ୍ରଚାର କରୁଥିବା ପାକିସ୍ତାନର ନାକ କାଟି ଦେଉଛନ୍ତି ଏହି ଆଇପିଏସ ଅଫିସର। ଟ୍ୱିଟରରେ ସବୁବେଳେ ସକ୍ରିୟ ଥିବା ଇମ୍‌ତିଆଜ ପାକିସ୍ତାନୀ ଟ୍ରୋଲକୁ ଏମିତି ଓଲଟା ଜବାବ ଦେଉଛନ୍ତି, ପରବର୍ତ୍ତୀ ଉତ୍ତର ପାଉନାହାନ୍ତି ସେମାନେ।
ଇମ୍‌ତିଆଜ ଲେଖିଛନ୍ତି, ‘ ପାକିସ୍ତାନ ସିନ୍ଧର ଜଣେ ଡାକୁ, କାଶ୍ମୀର ପାଇଁ ଲଢିବାକୁ ଚାହୁଁଛି। ଆଜିଯାଏ ଯେଉଁମାନେ କାଶ୍ମୀର ପାଇଁ ଲଢିବାକୁ ଆସିଥିଲେ ସେମାନେ ସମସ୍ତେ ଦୁର୍ବଳ ଡାକୁ ଥିଲେ। ପାକିସ୍ତାନ ସେନା ସବୁବେଳେ ନିଜର କାମ ପାଇଁ ଏମିତି ଡାକୁମାନଙ୍କୁ ଆଉଟ ଅସ୍ତ୍ର ଭାବରେ ବ୍ୟବହାର କରିଆସୁଛି। ତା’ର କାମ ବି ଡାକୁ ପରି। ତେବେ ଏଇ ଡାକୁର ଅବସ୍ଥା ବି ସେମିତି ହେବ ଯେମିତି ପୂର୍ବ ଡାକୁଙ୍କର ହୋଇଥିଲା।’
ଇମ୍ରାନ ଖାନ୍‌ଙ୍କୁ ମଧ୍ୟ ଛାଡ଼ିଲେନି
ଭାରତର ସ୍ୱତନ୍ତ୍ରତା ଦିବସକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ସେଠିକାର ସରକାର କଳା ଦିବସ ଭାବେ ଘୋଷଣା କରିଥିଲେ। ଏହାର ଜବାବ ମଧ୍ୟ ଦେଇଥିଲେ ଇମ୍‌ତିଆଜ। ସେ ଲେଖିଥିଲେ-ସବୁ ପ୍ରକାର ଆକ୍ରମଣ ମନୋଭାବ, ଆତଙ୍କବାଦୀ ହିଂସା ଏବଂ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରି  କାଶ୍ମୀରକୁ ଛଡ଼ାଇ ପାରି ନାହାନ୍ତି। ଏବେ ସେମାନଙ୍କୁ ଟ୍ୱିଟରରେ ଏହି ପ୍ରୟାସ ଜାରି ରଖିବାକୁ ଦିଆଯାଉ।
ଆଇଏଏସ୍ ଅଧିକାରୀରୁ ନେତା ହୋଇଥିବା ଶାହ ଫୈସଲ୍‌ କାଶ୍ମୀର ଉପରେ ଦେଇଥିବା ବୟାନ ଉପରେ ମଧ୍ୟ ଇମ୍‌ତିଆଜ ଟିପ୍ପଣୀ ଦେଇଥିଲେ। ପୋଲିସ ଅଫିସର ଇମ୍‌ତିଆଜ ଲେଖିଥିଲେ, ‘ମୁଁ ଶାହ ଫୈସଲଙ୍କ ପ୍ରତିଭା ଏବଂ ସ୍ପଷ୍ଟବାଦିତାକୁ ସମ୍ମାନ ଦିଏ। ଜଣେ ନେତା ଭାବେ ସେ ତାଙ୍କର ନୈରାଶ୍ୟଭାବକୁ ବିକ୍ରି କରିପାରିବେ ନାହିଁ। ଇତିହାସର କେବଳ ଗୋଟିଏ ସଂସ୍କରଣ ନ ଥାଏ। ତାଙ୍କୁ ନୂଆ ବାସ୍ତବିକତାକୁ ବି ସ୍ୱୀକାର କରିବାକୁ ପଡ଼ିବ। ତା ସହିତ କାଶ୍ମୀରର ବର୍ତ୍ତମାନ ପିଢ଼ିର ଯେଉଁ ସ୍ୱପ୍ନ ରହିଛି ତାକୁ ମଧ୍ୟ ବୁଝିବା ଦରକାର ଯାହାର ପ୍ରତିଶ୍ରୁତି ଆମ ଦେଶ ଦେଇ ଦେଇପାରିଛି।’

ଇମ୍‌ତିଆଜଙ୍କ ପରି ଆଉ ଜଣେ ଅଫିସର ଶାହିଦ ଚୌଧୁରୀ। କାଶ୍ମୀରରୁ ଧାରା ୩୭୦ ହଟିବା ପରଠାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି କରାଯାଇଛି। ହିଂସାକାଣ୍ଡ ଏକପ୍ରକାର ବନ୍ଦ ରହିଛି। ହେଲେ ପାକିସ୍ତାନ ପକ୍ଷରୁ ଫେକ୍ ନ୍ୟୁଜ୍ ମାଧ୍ୟମରେ ଅପପ୍ରଚାର କରାଯାଉଛି ଯେ, ଏଠାରେ ପରିସ୍ଥିତି ଭଲ ନାହିଁ. ଲୋକଙ୍କୁ ହତ୍ୟା କରାଯାଉଛି। ଏପରି ସ୍ଥିତିରେ ଶାହିଦ ତଥ୍ୟ ଏବଂ ଭିଡିଓ ମାଧ୍ୟମରେ କାଶ୍ମୀର ଲୋକେ କିପରି ଶାନ୍ତିରେ ଅଛନ୍ତି ତାହାର ବାର୍ତ୍ତା ସାରା ଦୁନିଆକୁ ଦେଇ ଆସୁଛନ୍ତି।
ଶ୍ରୀନଗରର ଡେପୁଟି କମିଶନର ଶାହିଦ ଚୌଧୁରୀ

 

ସୂଚନାଥାଉ କି, ଶାହିଦ ଚୌଧୁରୀ ଶ୍ରୀନଗରର ଡେପୁଟି କମିଶନର ଅଛନ୍ତି। ସେ ଟ୍ୱିଟ କରି ଶ୍ରୀନଗରର ପ୍ରତି ମୁହୂର୍ତ୍ତର ସୂଚନା ଦେଉଛନ୍ତି। ଏଥିସହିତ ଅସୁବିଧାରେ ଫସିଥିବା ଲୋକଙ୍କୁ ବି ସାହାଯ୍ୟ କରୁଛନ୍ତି।

 

ଜଣେ ବିଦେଶୀ ଏ଼ଜେନ୍ସି ସାମ୍ବାଦିକ ଟ୍ୱିଟ୍ କରି କାଶ୍ମୀର ଡାକ୍ତରଖାନା ଭିତରେ ଫୋନ କାମ କରୁ ନ ଥିବା ଜଣାଇଥିଲେ। ଶାହିଦ ତାଙ୍କୁ ଏପରି ଅପପ୍ରଚାର ନ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ମେଡିକାଲ କଲେଜ ପ୍ରିନ୍ସିପାଲ ଏବଂ ଡାକ୍ତରଖାନାର ଅନ୍ୟ ବିଭାଗର ମୁଖ୍ୟଙ୍କ ଟେଲିଫୋନ ନମ୍ବର ପୂରା ଦିନ କାମ କରୁଛି, ଦୟାକରି ତଥ୍ୟକୁ ସମ୍ମାନ ଦିଅ ବୋଲି କହିଥିଲେ।

 

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like