୫ ଆତଙ୍କୀଙ୍କୁ ନିପାତ କଲା ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପ୍‌ୱାଡା ଜିଲ୍ଲାରେ ରବିବାର ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଜବାନ । ଏଥସହିତ ୫ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଏହାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଯବାନ ୯ ଆତଙ୍କୀଙ୍କୁ ନିପାତ କରିସାରିଛନ୍ତି । ଶନିବାର ଗୁଲଗାମ ନିକଟରେ ଆଉ ୪ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ ଭାରତୀୟ ସେନା ।
କୁପ୍‌ୱାଡାର କେରନ ସେକ୍ଟର ଏଲଓସି ନିକଟରେ ଏହି ଆତଙ୍କୀମାନେ ଭାରତ ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିଲେ । ଏହି ଅପରେଶନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ତେବେ ବରଫପାତ ହେଉଥିବାରୁ ଏଠାରେ ଫଶି ରହିଥିବା ସେନାମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

ମିଳିଥିବା ସୂୁଚନା ଅନୁଯାୟୀ, ଉତ୍ତର କଶ୍ମୀରର କୁପ୍‌ୱାଡାରେ ୫ ଦିନ ଧରି ସେନା ପକ୍ଷରୁ ଅପରେଶନ ଜାରି ରହିଛି । ବୁଧବାର ଏହି ଆତଙ୍କୀମାନେ ଏଲଓସି ପାର ହୋଇ ଭାରତୀୟ ଇଲାକାକୁ ପଶି ଆସିଥିଲେ । ଖରାପ ପାଗର ସୁଯୋଗ ନେଇ ଏମାନେ ଅନୁପ୍ରବେଶ କରିବାରେ ସଫଳ ହୋଇଥିଲେ । ବୁଧବାର ଦ୍ୱିପହରରେ ଭାରତୀୟ ସେନା ଏମାନଙ୍କୁ ଘେରାଉ କରିଥିଲେ । ତେବେ ବର୍ଷା ଏବଂ ବରଫପାତର ସୁଯୋଗ ନେଇ ଏମାନେ ଖସି ଯିବାରେ ସଫଳ ହୋଇଥିଲେ ।

ତେବେ ଗୁରୁବାର ଓ ଶୁକ୍ରବାର ପାଗ ବହୁତ ଖରାପ ଥିଲା । ଶନିବାର ପାଗ ସାମାନ୍ୟ ପରିବର୍ତ୍ତନ ହେବା ପରେ ଯବାନଙ୍କ ତଲାଶି ଅଭିଯାନ ଆହୁରି ଜୋରଦାର କରାଯାଇଛି । ସେନାର ଡ୍ରୋନ ଓ ହେଲିକପ୍ଟର ଫଶି ରହିଥିବା ଯବାନମାନଙ୍କୁ ଖୋଜୁଛ ।

You might also like