ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର୍

୬ ଅାତଙ୍କବାଦୀ ନିହତ

ଜମ୍ମୁ – କାଶ୍ମୀର  : ସୁରକ୍ଷାକର୍ମୀଙ୍କୁ ଅାଉ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ ଅାତଙ୍କବାଦୀ। ଅନନ୍ତନାଗର ସେକିପୁରା ଗାଁରେ ଲୁଚି ରହିଥିବା ୬ ଜଣ ଅାତଙ୍କୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ।

ସେକିପୁରା ଗାଁରେ ଅାତଙ୍କବାଦୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଏନେଇ ଅଞ୍ଚଳରେ କ୍ରଡନ୍ କରି ସର୍ଚ୍ଚ ଅପରେସନ୍ ଅାରମ୍ଭ କରିଥିଲେ ଯବାନ। ତେବେ ଏହି ସମୟରେ ହଠାତ୍ ଯବାନଙ୍କ ଉପରେ ଗୁଳିମାଡ଼ କରିଥିଲେ ଅାତଙ୍କବାଦୀ । ଯାହାର କଡ଼ା ଜବାବ ଦେଇଛନ୍ତି ସୁରକ୍ଷାବଳ।

ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଗତ ତିନି ଦିନ ତଳେ ସୋପିଅାନ୍ ଜିଲ୍ଲାରେ ମଧ୍ୟ ଏକ ଏନ୍‌କାଉଣ୍ଟର ହୋଇଥିଲା। ଯେଉଁଥିରେ ୪ ଜଣ ଅାତଙ୍କୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ୍ ହୋଇଥିଲେ।

You might also like