ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର:  ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ।

ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନାରେ ଉଲ୍ଲେଖ ରହିଛି ଯେ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚାରଣ ଅଭିଯୋଗ ଆସିବା ପରେ ଜାମ୍ମୁ ଓ କାଶ୍ମୀର ଆଇପିଏସ୍‌ ଅଫିସର୍ ବସନ୍ତ ରଥଙ୍କୁ ତୁରନ୍ତ ପଦକ୍ଷେପ ନେଇ ନିଲମ୍ବିତ କରାଯାଇଛି।”

ମଙ୍ଗଳବାର ସନ୍ଧ୍ୟାରେ ଗୃହମନ୍ତ୍ରାଳୟ ପକ୍ଷରୁ ନିଲମ୍ବନ ନିର୍ଦ୍ଦେଶ ଜାରି ହୋଇଥିଲା। ୨୦୦୦ ବ୍ୟାଚର ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ନିଲମ୍ବିତ କରିବା ସହିତ ଶ୍ରୀନଗର ପୁଲିସ୍‌ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ନୋଟିସ୍‌ରେ ଉଲ୍ଲେଖ ରହିଛି। ଏଥିସହିତ ଜାମ୍ମୁ-କାଶ୍ମୀର ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନ ଯିବାକୁ ବସନ୍ତଙ୍କୁ କୁହାଯାଇଛି। ସୂଚନା ଥାଉକି, ବସନ୍ତ ସେଠାରେ ଇନ୍ସପେକ୍ଟର ଜେନେରାଲ୍‌ ଭାବେ ନିଯୁକ୍ତ ହୋଇଥିଲେ।

୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ବସନ୍ତ ରଥ ନିକଟରେ ଜାମ୍ମୁ ଓ କାଶ୍ମୀର ପୁଲିସ ଡିଜିଙ୍କ କାର୍ଯ୍ୟକାଳପ ଉପରେ ଆକ୍ଷେପ କରି ଏକ ଚିଠି ଲେଖିଥିଲେ। ଯାହା ଭାଇରାଲ୍‌ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଚିଠିରେ ସେ ଅସୁରକ୍ଷିତ ଅନୁଭବ କରୁଥିବା ନେଇ ଗାନ୍ଧୀନଗର ପୁଲିସ୍‌ ଥାନା ଅଧିକାରୀଙ୍କ ପାଖକୁ ଚିଠି ଲେଖିଥିଲେ। ଜୁନ ୨୫ରେ ବସନ୍ତ ଲେଖିଥିବା ଚିଠିଟି ଭାଇରାଲ୍ ହେବା ପରେ ଜାମ୍ମୁ-କାଶ୍ମୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

You might also like