MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଦୁଇ ପାଇଲଟଙ୍କ ମୃତ୍ୟୁ ସନ୍ଦେହ

ଜମ୍ମୁ-କଶ୍ମୀର : ଭାରତୀୟ ବାୟୁସେନାର MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଆଜି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍ ଅଂଚଳରେ ଉଡାଣ କରୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।

ଏହାପରେ ହେଲିକପ୍ଟରଟି ଖସି ପଡ଼ିଛି। ସେଥିରେ ନିଆଁ ଲାଗି ଯିବାରୁ ପୂରା ଜଳି ଯାଇଛି। ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଛି ଏବଂ ୨ଟି ମୃତଦେହ ପଡ଼ିଥିବା ସ୍ଥାନୀୟ ପୁଲିସ୍‌ କହିଛି।

You might also like