ଜେଲରେ ୮୬ଜଣ କଏଦୀଙ୍କୁ କରୋନା

ଶ୍ରୀନଗର: ଜେଲରେ ପଶିଲା କରୋନା ଏବଂ ଏଥିରେ ୮୬ଜଣ କଏଦୀଙ୍କୁ କରୋନା ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଥିବା ଏକ ଜେଲରେ, ଯେଉଁଠାରେ କରୋନା ଭାଇରସ ଏଣ୍ଟ୍ରି କରିଛି। ଜେଲର ଅଧାରୁ ଅଧିକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜେଲ୍ ଅଧୀକ୍ଷକ କହିଛନ୍ତି। ଜେଲ୍ ଅଧୀକ୍ଷକ କହିଛନ୍ତି, ଜେଲରେ ଉପସ୍ଥିତ ୧୯୦ଜଣ କଏଦୀଙ୍କ ମଧ୍ୟରୁ ୮୬ଜଣଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦେଖା ଦେଇଛି। ଅନ୍ୟ କଏଦୀଙ୍କୁ କିପରି ସଂକ୍ରମଣ ନହେବ, ଆମେ ସେଥିପାଇଁ ପ୍ରୟାସ ଚଳାଇଛୁ।

ଅଧୀକ୍ଷକ କହିଛନ୍ତି, “ପଜିଟିଭ୍ ଚିହ୍ନଟ ହୋଇଥିବା ୮୬ଜଣଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ଏଥିମଧ୍ୟରୁ ୪୮ ଜଣଙ୍କୁ ସ୍ଥାନୀୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ବାକି କଏଦୀଙ୍କୁ ଜେଲ୍ ପରିସର ଭିତରେ ଥିବା ଦୁଇଟି ଅଲଗା ଅଲଗା ବ୍ଲକରେ ରଖାଯାଇଛି। ସବୁ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ନିୟମିତ ଯାଞ୍ଚ କରୁଛନ୍ତି। ଆମେ ସେମାନଙ୍କୁ ସ୍ୱତନ୍ତ୍ର ଆହାର ମଧ୍ୟ ଯୋଗାଇ ଦେଉଛୁ।”

ଅଧୀକ୍ଷକ କହିଛନ୍ତି, ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଜିଲ୍ଲାର ଅଧିକାରୀ ସ୍ଥାନୀୟ ସଂସ୍ଥା ସହ ମିଶି ପୂରା ଜେଲ୍ ଭିତରେ ଏବଂ ବାହାରେ ସାନିଟାଇଜର୍ ସ୍ପ୍ରେ’ କରିବା ସହ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଅନନ୍ତନାଗ ଜେଲ କାରାଗାରକୁ ଛାଡ଼ିଦେଲେ ଅନ୍ୟ କୌଣସି ଜେଲରେ କରୋନା ଭାଇରସର ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା ଜେଲ୍ ଅଧୀକ୍ଷକ କହିଛନ୍ତି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like