ସୋପିଆନରେ ଏନ୍‌କାଉଣ୍ଟର: ୩ ଆତଙ୍କୀ ସଫା

ଶ୍ରୀନଗର:ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଆଜି ଜମ୍ମୁ କାଶ୍ମୀର ସୋପିଆନ୍ ଅଞ୍ଚଳର ତୁକର୍ଓାଙ୍ଗମରେ ଏହି ଏନ୍‌କାଉଣ୍ଟର ହୋଇଛି । ଏଥିରେ ୩ ଆତଙ୍କୀଙ୍କ ନିପାତ କରିଛନ୍ତି ଭାରତୀୟ ସୁରକ୍ଷାବଳ।  ଘଟଣାସ୍ଥଳରୁ AK-47 ଏବଂ ଏକ ଇନସାସ୍ ରାଇଫଲ ଜବତ ହୋଇଛି।

ତୁକର୍ଓାଙ୍ଗମ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ଆଜି ସକାଳୁ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କବାଦୀଙ୍କ ପଟୁ ଗୁଳି ଚାଳନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ। ଚଳିତମାସରେ ଏପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୧୭ଜଣ ଆତଙ୍କୀ ସଫା ହେଲେଣି

 

You might also like