୯୦ ବର୍ଷରେ ଆଖି ବୁଜିଲେ ଜେମ୍ସ ବଣ୍ଡ୍‌ ଅଭିନେତା ସାର୍‌ ସିନ୍‌ କୋନ୍ନେରୀ

ଲଣ୍ଡନ‌: ହଲିଉଡ୍‌ର ବହୁ ଚର୍ଚ୍ଚିତ ଜେମ୍ସ ବଣ୍ଡ୍‌ ଫିଲ୍ମର ପ୍ରଥମ ଅଭିନେତା ସାର୍‌ ସିନ୍‌ କୋନ୍ନେରୀଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଶୋଇ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଜେମ୍ସ ବଣ୍ଡ୍‌ ସିରିଜ ଫିଲ୍ମରେ ସେ ପ୍ରଥମ ଅଭିନେତା ଭାବେ ଅଭିନୟ କରିଥିଲେ। ସେ ଜେମ୍ସ ବଣ୍ଡ୍ ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର ହୋଇଯାଇଥିଲେ। ଏହାପରେ ତାଙ୍କୁ ସମସ୍ତେ ଜେମ୍ସ ବଣ୍ଡ୍‌ ନାଁରେ ଡାକିବା ଆରମ୍ଭ କରିଥିଲେ। ୭ଟି ଯାକ ଜେମ୍ସ ବଣ୍ଡ୍‌ ସିରିଜରେ ସେ ଅଭିନୟ କରିଥିଲେ। ୧୯୬୨ରୁ ୧୯୮୩ ମଧ୍ୟରେ ଏହି ସିରିଜ୍ ରିଲିଜ ହୋଇଥିଲା।

ମାରିନ(୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍‌(୧୯୭୪), ଦ ମ୍ୟାନ୍‌ ହୁ ଉଡ୍‌ ବି କିଙ୍ଗ (୧୯୭୫),  A Bridge Too Far (୧୯୭୭), ହାଇଲ୍ୟାଣ୍ଡର(୧୯୮୬), ଦି ରକ୍‌(୧୯୯୬) ଓ ଫାଇଣ୍ଡିଂ ଫରେଷ୍ଟର୍‌(୨୦୦୦) ଭଳି ଅନେକ ଫିଲ୍ମରେ ସାର୍‌ ସିନ୍‌ ଅଭିନୟ କରିଛନ୍ତି।

You might also like