‘ଜାଲିଆନାବାଲା ବାଗ’ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଡାୟରଙ୍କୁ ଫାଶି ହେବାର ଥିଲା, କିନ୍ତୁ ତାଙ୍କୁ ରକ୍ଷା କଲା କିଏ..?

ସାରା ବିଶ୍ୱରେ ସବୁଠୁ ଭୟଙ୍କର ନରସଂହାର ମଧ୍ୟରୁ ଜାଲିଆନାବାଲା ବାଗ ହତ୍ୟାକାଣ୍ଡ ଅନ୍ୟତମ। ଏହି ଘଟଣା ପରେ ପୁରା ଦେଶରେ କ୍ରୋଧ ଓ ପ୍ରତିଶୋଧର ବହ୍ନି ଦେଖିଥିବା ମିଳିଥିଲା। ସମସ୍ତଙ୍କ ଆଖିରେ ପ୍ରତିଶୋଧର ନିଆଁ। ଏହି କାଣ୍ଡ ଭିଆଇଥିବା ବ୍ରିଟିଶ ସରକାରର ମୁଣ୍ଡ ସାରା ବିଶ୍ୱରେ ତଳକୁ ହୋଇଯାଇଥିଲା। ପୁରା ବିଶ୍ୱରେ ବ୍ରିଟିଶ ସରକାର ବଦନାମ ହୋଇଯାଇଥିଲା। ଭାରତରେ ଶାସନ କରୁଥିବା ବ୍ରିଟିଶ ଅନ୍ୟ କେଉଁ ଦେଶ ଅଗରେ ନିଜର ମୁହଁ ଦେଖାଇପାରି ନଥିଲା।

ଏହି ଘଟଣା ପରେ ଆନନ-ଫାନନରେ କର୍ଣ୍ଣଲ ରେଗିନାଲ୍ଡ ଡାୟରଙ୍କୁ କେବଳ ତାଙ୍କ ପଦରୁ ମୁକ୍ତ କରାଯାଇଥିଲା। ହେଲେ ଏତେ ବଡ଼ ଭୁଲ ପାଇଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଯେତେବେଳେ ଏହି ଭୟଙ୍କର କାଣ୍ଡ ପାଇଁ କେବଳ ସେ ହିଁ ଦାୟୀ ବୋଲି ପ୍ରମାଣ ରହିଛି। ତଥାପି ବିଟିସ ସରକାର ଚୁପ୍ ରହିଲା। ନିୟମ ଅନୁସାରେ ତାଙ୍କର ଏଭଳି କାଣ୍ଡ ପାଇଁ ଫାଶୀ ଦଣ୍ଡ ଦିଆଯିବା କଥା କିନ୍ତୁ ବ୍ରିଟିଶ ସରକାର ଚୁପ ରହିଲା। ତାଙ୍କୁ ସେମିତି ଛାଡ଼ିଦିଆଗଲା। ଏହାପରେ ସେ ବ୍ରିଟିଶ ଫେରିଗଲେ ସତ ହେଲେ ତାଙ୍କ ଲୋକଙ୍କ ମଧ୍ୟ ସେ ହିରୋ ପାଲଟିଗଲେ। ବାସ୍ତବରେ ଏହା ବ୍ରିଟିଶ ସରକାରର ଅମାନବୀୟ ପକ୍ଷପାତିତାକୁ ଦର୍ଶାଉଛି।

ଜଲିଆନାବାଲା ବାଗ ହତ୍ୟାକାଣ୍ଡ ପରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। କିନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କର୍ଣ୍ଣେଲ ଡାୟରଙ୍କୁ ସୁରକ୍ଷା ଦେବା। ଏହି ତଦନ୍ତ କମିଟିକୁ ଅଧ୍ୟକ୍ଷତା କରୁଥିଲେ ଲର୍ଡ ୱିଲିୟମ୍ ହଣ୍ଟର୍। ଯାହାଙ୍କ ନାଁରେ ଏହି କମିଟକୁ ପରେ ହଣ୍ଟର୍ କମିଶନ କୁହାଗଲା। ୧୯ ନଭେମ୍ବରରେ ଏହି କମିଟି ସମ୍ମୁଖରେ ଡାୟରଙ୍କୁ ହାଜିର କରାଯାଇଥିଲା। ଏଠାରେ ଡାୟରଙ୍କୁ ପଚରାଉଚରା କରାଯାଇଥିଲା ଏବଂ ସେ ଏହି ଘଟଣା ପାଇଁ ଦାୟୀ ବୋଲି ସ୍ୱୀକାର କରିଥିଲେ। ହେଲେ ତଥାପି ତାଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯାଇନଥିଲା। ଯାହାକି ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା।

କମିଟିର ସମସ୍ତ ବ୍ରିଟିଶ ସଦସ୍ୟଙ୍କ ପ୍ରୟାସ ଥିଲା ଡାୟରଙ୍କୁ କିଭଳି ନିର୍ଦ୍ଦୋଷ ପ୍ରମାଣ କରିବା। ଏହି କମିଟିରେ ଜଣେ ଭାରତୀୟ ଓକିଲ ସାର୍ ଚିମାନଲାଲ ସିତଲୱାଡ ମଧ୍ୟ ସାମିଲ ହୋଇଥିଲେ। ସେ ଡାୟରଙ୍କୁ ମାନିବାକୁ ବାଧ୍ୟ କରିଥିଲେ ଯେ, ସେ ଏହି ଘଟଣା ଜାଣିଶୁଣି ଭିଆଇଛନ୍ତି।

ତେଣୁ ଜାଣନ୍ତୁ… କେମିତି ଥିଲା ସେମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର। ଯାହାଦ୍ୱାରା ଡାୟର ନିଜେ ସ୍ୱୀକାର କରିଥିଲେ ଯେ, ସେ ନରସଂହାର କରିବା ଉଦ୍ଦେଶ୍ୟରେ ହିଁ ଜାଲିଆନାବାଲା ବାଗରେ ପ୍ରବେଶ କରିଥିଲେ। ଏହି ଘଟଣା ସମ୍ପର୍କରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ପକ୍ଷରୁ ପ୍ରକାଶ ପାଇଥିବା ପୁସ୍ତକ ‘ଜାଲିଆନାବାଲା ବାଗ’ରେ ବିସ୍ତୃତ ଭାବେ ଲେଖାଯାଇଛି।

ଓକିଲଙ୍କ ପ୍ରଶ୍ନ: ଯେତେବେଳେ ତୁମେ ସେଠାକୁ ଗଲ, ତୁମେ କ’ଣ କଲ?
ଉତ୍ତର- ମୁଁ ଗୁଳି ମାରିବା ଆରମ୍ଭ କଲି।

ପ୍ରଶ୍ନ- କ’ଣ ସାଙ୍ଗେ ସାଙ୍ଗେ ?
ଉତ୍ତର- ହଁ ସାଙ୍ଗେ ସାଙ୍ଗେ, ମୁଁ ଭାବିନେଇଥିଲି ମୋତେ କ’ଣ ଓ କେମିତି କରିବାର ଅଛି

ପ୍ରଶ୍ନ-କ’ଣ ଗୁଳି ଚାଳନା କରିବା ମାତ୍ରେ ଲୋକ ଏଣେ ତେଣେ ଦୌଡ଼ିବା ଆରମ୍ଭ କରିଥିଲେ ?
ଉତ୍ତର- ହଁ

ପ୍ରଶ୍ନ-କ’ଣ ତୁମେ ତଥାପି ଗୁଳି ବର୍ଷା ଜାରି ରଖିଥିଲ ?
ଉତ୍ତର- ହଁ

ପ୍ରଶ୍ନ- ଲୋକମାନେ ସେଠାରୁ ବାହାରିଯିବା ପାଇଁ ଚେଷ୍ଟା କରିଥିଲେ କି ?
ଉତ୍ତର- ହଁ

ପ୍ରଶ୍ନ-ତେବେ ବାହାରିବା ରାସ୍ତାରେ ତ ଅଧିକ ଭିଡ଼ ରହିଥିବ ତ ?
ଉତ୍ତର-ହଁ

ପ୍ରଶ୍ନ-ମଝିରେ ମଝିରେ ତୁମେ ବନ୍ଧୁକର ଗତି ପରିବର୍ତ୍ତନ କରି ସେହି ଭିଡ଼ ଉପରେ ଗୁଳି ବର୍ଷା କରିଥିଲ କି ?
ଉତ୍ତର- ହଁ, କାରଣ ତାହା ଠିକ ଥିଲା

ପ୍ରଶ୍ନ- କାହିଁକି ଏହା ସତରେ ଠିକ୍ ଥିଲା ?
ଉତ୍ତର- ହଁ, ଏହା ଠିକ୍ ଥିଲା

ପ୍ରଶ୍ନ-କ’ଣ ତୁମେ ଆରମ୍ଭରୁ ଏହା ନିଷ୍ପତ୍ତି ନେଇସାରିଥିଲ କି, ଭିଡ଼ ଉପରେ ଗୁଳି ବର୍ଷା କରିବାକୁ ?
ଉତ୍ତର-ହଁ ମୁଁ ନିଷ୍ପତ୍ତି ନେଇସାରିଥିଲି, ସେଠାରେ ପହଞ୍ଚିବା ମାତ୍ରେ ଗୁଳି ବର୍ଷା କରିବି। ପରିସ୍ଥିତି ସେଭଳି ଥିଲା ଯେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ଥିଲା। ଯଦି ମୁଁ ଏଭଳି କରିନଥାନ୍ତି ତେବେ ମୋ ବିରୋଧରେ କୋର୍ଟ ମାର୍ଶଲ କରାଯାଇଥାନ୍ତା।

ପ୍ରଶ୍ନ- ଯଦି ଜାଲିଆନାବାଲା ବାଗର ରାସ୍ତା ଚଉଡ଼ା ଥାନ୍ତା ଓ ତୁମେ ସେହି ଭିତରକୁ ଗାଡ଼ି ଧରି ପ୍ରବେଶ କରିପାରିଥାନ୍ତ ତେବେ ତୁମେ କ’ଣ ସେଠାରେ ମେସିନ ଗନ ବ୍ୟବହାର କରିଥାନ୍ତ ?
ଉତ୍ତର- ହଁ ବୋଧ ହୁଏ ମୁଁ ତାହା ହିଁ କରିଥାନ୍ତି।

ପ୍ରଶ୍ନ- ସେଭଳି ସ୍ଥିତିରେ ତ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଥାନ୍ତା ?
ଉତ୍ତର- ହଁ ନିଶ୍ଚିତ, ଏଭଳି ଘଟିଥାନ୍ତା

ପ୍ରଶ୍ନ- କ’ଣ ଏହା ବୁଝାଯିବ କି, ତୁମେ ଗୁଳି ବର୍ଷା କରି ଲୋଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲ ?
ଉତ୍ତର-ମୁଁ ସୈନିକ ଭାବେ ସେମାନଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିଲି।

ପ୍ରଶ୍ନ-ଆତଙ୍କ କେବଳ ଅମୃତସରରେ ନୁହେଁ ବରଂ ପୁରା ପଞ୍ଜବାରେ ଖେଳାଇବାକୁ ଚାହୁଁଥିଲ ?
ଉତ୍ତର- ହଁ ପୁରା ପଞ୍ଜାବରେ। ସେମାନଙ୍କର ଆତ୍ମ ବିଶ୍ୱାସକୁ ମୁଁ ଭାଙ୍ଗିଦେବାକୁ ଚାହୁଁଥିଲି।

ତେବେ ଏହି ପଚରା ଉଚରା ପରେ, ହଣ୍ଟର କମିଶନଙ୍କ ରିପୋର୍ଟ ବିରୋଧରେ, ଡାୟର ଏକ ଟିପ୍ପଣୀ ମଧ୍ୟ ଲେଖିଥିଲେ। ବ୍ରିଟିଶ ସଂସଦରେ ମଧ୍ୟ ଡାୟରଙ୍କ ଛି-ଛି କରାଯାଇଥିଲା। ଜାଲିଆନାବାଲା ବାଗରେ ୩୭୯ ଜଣଙ୍କ ମୃତ୍ୟୁ ପାଇଁ ଡାୟରଙ୍କୁ ହିଁ ଦାୟୀ କରାଗଲା। ଏଥିରେ ଅନେକ ଲୋକ ଗୁରତର ମଧ୍ୟ ହୋଇଥିଲେ। ତାଙ୍କୁ ଚାକିରିରୁ ବାହାର କରାଗଲା ସତ ହେଲେ ଏଭଳି ନରସଂହାର ପାଇଁ ତାଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ବ୍ରିଟିଶ ସରକାରଙ୍କର କିଛି ବଡ଼ ଅଧିକାରୀ ତାଙ୍କୁ ହିରୋ ବୋଲି ଭାବୁଥିଲେ। କିନ୍ତୁ କିଛି ଇତିହାସକାର ମାନଙ୍କ କହିବାନୁଯାୟୀ, ଏହି ଘଟଣା ପରେ ବ୍ରିଟିଶ ଶାସନର ଅନ୍ତ ଘଟିବା ଆରମ୍ଭ ହୋଇଥିଲା।

ଡାୟରଙ୍କ ମୃତ୍ୟୁ

ତେବେ ଏହି ନରସଂହାରର ପ୍ରାୟ ୮ ବର୍ଷ ପରେ ଡାୟରଙ୍କୁ ଗୋଟିଏ ପରେ ଗୋଟିଏ ହୃଦଘାତର ଶିକାର ହେଲେ। ଫଳରେ ତାଙ୍କୁ ପାରାଲିସିସ୍ ହୋଇଗଲା। ସେ ନିଜର କହିବା ଶକ୍ତି ମଧ୍ୟ ହରାଇ ବସିଲେ। ୨୭ ଜୁଲାଇ ୧୯୨୭ରେ ତାଙ୍କର ବ୍ରେନ ହାମରେଜ ହେଲା ଏବଂ ସେ ୬୨ ବର୍ଷ ବୟସରେ ମୃତ୍ୟୁବରଣ କଲେ।

You might also like