ଏନ୍‌କାଉଣ୍ଟରରେ ଜୈଶ-ଏ-ମହମ୍ମଦ କମାଣ୍ଡର ନିପାତ

ଶ୍ରୀନଗର:ଜମ୍ମୁ କାଶ୍ମୀରର ସୋପୋର ଅଞ୍ଚଳରେ ବୁଧବାର ଏକ ଏନ୍‌କାଉଣ୍ଟରରେ ଜୈଶ-ଏ-ମହମ୍ମଦର ଜଣେ କମାଣ୍ଡରକୁ ନିପାତ କରିଛନ୍ତି ସୁରକ୍ଷା କର୍ମୀ। ଏ ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନିହତ କମାଣ୍ଡରର ପରିଚୟ ମିଳିଛି । ତା ନା ସଜାଦ ନବାବ୍‌ ଦର ବୋଲି କୁହାଯାଇଛି।

ଅଧିକାରୀ ଜଣକ କହିଛନ୍ତି, ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷା କର୍ମମାନେ ସୋପୋରର ଆରାମପୋରା ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଥିଲେ। ଫଳରେ ଆତଙ୍କବାଦୀମାନେ ବାହାରି ପାରି ନ ଥିଲେ।  ବୁଧବାର ସକାଳେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ।

ହଠାତ୍‌ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଏହି ଗୁଳି ବିନିମୟରେ କମାଣ୍ଡର ସଜାଦ ନବାବ୍‌ ଦର ନିହତ ହୋଇଥିଲା। ଆତଙ୍କବାଦୀ ପାଖରୁ ଏକ ରାଇଫଲ ବନ୍ଧୁକ, ୩ ଏକେ ମାଗାଜିନ ଏବଂ ୫୯ ରାଉଣ୍ଡ ଗୁଳି ଜବତ ହୋଇଥିବା ଉତ୍ତର କଶ୍ମୀର ରେଞ୍ଜର ଡିଆଇଜି ସୁଲେମାନ୍ ଚୌଧୁରୀ ସୂଚନା ଦେଇଛନ୍ତି।

 

You might also like