ଲକ୍ଡାଉନ; ନିୟମ ନ ମାନିଲେ ୨ ବର୍ଷ ଜେଲ୍
ଯଦି ନିୟମ ଉଲ୍ଲଂଘନକାରୀ ଦଙ୍ଗା ଭଳି ସ୍ଥିତି ସୃଷ୍ଟି କରିବେ ତା’ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ବଢ଼ିପାରେ। ସେହିପରି ଆଇନ ଉଲ୍ଲଂଘନକାରୀ ଅନ୍ୟ କାହାର କ୍ଷତି ପହଞ୍ଚାଇଲେ ୨ ବର୍ଷ ଯାଏ ଜେଲ୍ ଦଣ୍ଡାଦେଶ ବଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।
ଏହାବାଦ୍ କରୋନା ମୁକାବିଲା ପାଇଁ ସୃଷ୍ଟି ହୋଇଥିବା ଫଣ୍ଡରେ ଘୋଟାଲା ହେଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏହି ନିୟମ ସରକାରୀ ଅଫିସରଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। କର୍ପୋରେଟ୍ ସଂସ୍ଥା ମଧ୍ୟ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।