୧୦୦ ବର୍ଷର ପୁରୁଣା ଚିକିତ୍ସା ପଦ୍ଧତିରେ ଗାଏବ ହୋଇଯିବ ବ୍ଲାକ ଫଙ୍ଗସ !

ଜବଲପୁର : କରୋନା ପରେ ଏବେ ଡରେଇଲାଣି ବ୍ଲାକ ଫଙ୍ଗସ ବା ମ୍ୟୁକୋରମାୟକୋସିସ । ଏହାର ଚିକିତ୍ସା ନେଇ ବିଶେଷଜ୍ଞଙ୍କମାନେ ଲାଗି ପଡ଼ିଛନ୍ତି । ଜବଲପୁରର ଜଣେ ଚିକିତ୍ସକ ଏହି ରୋଗର ଚିକିତ୍ସା ପାଇଁ ୧୦୦ ବର୍ଷର ପୁରୁଣା ଏକ ଉପାୟ ଆପଣେଇଛନ୍ତି । ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଏହି ପଦ୍ଧତି ଯେତିକି ଶସ୍ତା ସେତିକି ଫଳପ୍ରଦ ବୋଲି ସେ ଦାବି କରିଛନ୍ତି ।

ଦେଶରେ ବ୍ଲାକ ଫଙ୍ଗସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଛତିଶଗଡ ଏମ୍ସରେ ୧୫ରୁ ଅଧିକ ବ୍ଲାକ ଫଙ୍ଗସ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ମଧ୍ୟପ୍ରଦେଶ ଓ ଭୋପାଳରେ ମଧ୍ୟ ଏପରି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଠାରେ ବ୍ଲାକ ଫଙ୍ଗସରେ ରୋଗୀଙ୍କ ମୃତ୍ୟୁ ବି ଘଟୁଥିବା ଦେଖିବାକୁ ମିଳିଛି ।

ବୁଧବାର ମଧ୍ୟପ୍ରଦେଶ ଇଟାରାଶୀର ଜଣେ ଡାକ୍ତରଙ୍କର ବ୍ଲାକ ଫଙ୍ଗସ ସଂକ୍ରମଣରେ ଗୋଟିଏ ଆଖି ହରାଇଛନ୍ତି । ଏହି ଡାକ୍ତରଙ୍କ ନାମ ପ୍ରତାପ ବର୍ମା । ଏପ୍ରିଲ ୧୪ରେ ସେ କରୋନା ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ହୋଶଙ୍ଗାବାଦାର ଏକ ଡାକ୍ତରଖାନାରେ ଭତ୍ତିକରାଯାଇଥିଲା । ଚିକିତ୍ସା ପରେ ଡାକ୍ତର ସୁସ୍ଥ ହୋଇଥିଲେ । ହେଲେ ତାଙ୍କ ଆଖିରେ ବ୍ଲାକ ଫଙ୍ଗସ ସଂକ୍ରମିତ ହୋଇଥିଲା । ସଂକ୍ରମଣ ଏତେ ଶିଘ୍ର ବ୍ୟାପିଗଲା ଯେ, ଗତକାଲି ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଜଣାଯାଇଛି ।

ଯାହା ବି ହେଉ, ଜବଲପୁରର ଡାକ୍ତର ଅମରେନ୍ଦ୍ର ପାଣ୍ଡେଙ୍କ ବ୍ଲାକ ଫଙ୍ଗସର ଚିକିତ୍ସା ଆଶାର କିରଣ ଦେଖାଇଛି । ଡା.ପାଣ୍ଡେ ନିଜ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଭୟଙ୍କର ବ୍ଲାକ ଫଙ୍ଗସରୁ ରକ୍ଷା କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏହି ଚିକିତ୍ସା ପଦ୍ଧତି ହେଉଛି ମିଥଲିନ ବ୍ଲ୍ୟୁ । ତାଙ୍କର କହିବା ଅନୁଯାୟୀ, ମିଥଲିନ ବ୍ଲ୍ୟୁ ଆଣ୍ଟି ଫଙ୍ଗାଲର କାମ କରିଥାଏ ଏବଂ ଏହା ସହଜରେ ଉପଲବ୍ଧ ହୋଇଥାଏ ।

ଡା.ପାଣ୍ଡେ ଦାବି କରିଛନ୍ତି, ଏହି ପଦ୍ଧତିରେ ଚିକିତ୍ସା କରିବା ଦ୍ୱାରା ରୋଗ ଉପଶମ ହେଉଛି । ଏହି ଔଷଧ ମାଇନିଂରେ କାମ କରୁଥିବା ଲୋକ ଏବଂ ପର୍ବତାରୋହୀମାନେ ବ୍ୟବହାର କରନ୍ତି । ଏହା ଅକ୍ସଜେନ ଲେବୁଲ୍‌ ବଢାଇ ଦେଇଥାଏ । ଏଥି ସହିତ ଆଣ୍ଟି ଫଙ୍ଗସ ଭାବେ କାମ କରିଥାଏ । ଏଥିସହିତ ଆକ୍ୟୁରିୟମରେ ମାଛମାନଙ୍କୁ ଫଙ୍ଗସରୁ ବଞ୍ଚାଇବା ପାଇଁ ଏହି ଔଷଧ ବ୍ୟବହାର କରାଯାଇଥାଏ ।

ଡା.ପାଣ୍ଡେଙ୍କ କହିବା ଅନୁଯାୟୀ, ତାଙ୍କ ନିଜ ଡାକ୍ତରଖାନା ସହ ଜବଳପୁରର ପ୍ରାୟ ୧ ଡଜନରୁ ଅଧିକ ଡାକ୍ତରଖାନାରେ ଏହାର ପ୍ରୟୋଗ ଆରମ୍ଭ ହୋଇଯାଇଛି, ଯାହାର ଉତ୍ତମ ଫଳ ସାମ୍ନାକୁ ଆସିଛି । ତେବେ ସେ ଚେତାବନୀ ଦେଇଛନ୍ତି, ଔଷଧ ଉପଯୋଗ ସମୟରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ସପୋର୍ଟରେ ଥିବା ରୋଗୀଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ୍‌ ।

ଡାକ୍ତର ଅମରେନ୍ଦ୍ର ପାଣ୍ଡେ

ଏହି ଔଷଧ ରୋଗୀଙ୍କ ଶରୀରରେ ପହଞ୍ଚିବା ପାଇଁ ବ୍ୟବହୃତ ଭେଣ୍ଟିଲେଟର ଟ୍ୟୁବ ଏବଂ ଅକ୍ସଜେନ ଟ୍ୟୁବ ପରିଷ୍କାର କରିବା ଉଚିତ ଯେପରି ଏଠାରେ ଫଙ୍ଗସ ଆଉ ଜନ୍ମ ନେଇ ପାରିବ ନାହିଁ । ଏହା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହି ପାରିବ । ଏହି ଔଷଧର ମାତ୍ର ୨ ଡୋଜ୍‌ ଚମକେଇ ଦେବା ପରି ଫଳ ଦେଖିବାକୁ ମିଳୁଛି ।

ବ୍ଲାକ ଫଙ୍ଗସର ଲକ୍ଷଣ

1- ବ୍ଲାକ ଫଙ୍ଗସ ସଂକ୍ରମିତ ରୋଗୀଙ୍କ ଆଖି ଲାଲ ଦିଶିବ

2-ଆଖିପତା ଫୁଲିଯିବା, ଆଖି ଦୁର୍ବଳ ହେବାକୁ ଲାଗିବ

3-ଗୁରୁତର ପରିସ୍ଥିତିରେ ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଇ ପାରେ, ତେଣୁ କରୋନା ରୋଗୀଙ୍କ ଆଖି ଲାଲ ଦିଶିଲେ କିମ୍ବା ଫୁଲିଲେ ଅଣଦେଖା କରିବା ଉଚିତ୍ ନୁହେଁ |

3-ଯେତେବେଳେ ଫଙ୍ଗସ୍ ଧମନୀ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ, ରୋଗୀର ହଠାତ୍ ପକ୍ଷାଘାତ, ଏପିଲିପଟିକ୍ ଆକ୍ରାନ୍ତ, ବାନ୍ତି, ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ହୋଇପାରେ
4- କେତେକ ଗୁରୁତର କ୍ଷେତ୍ରରେ ରୋଗୀର ଆକସ୍ମିକ ମୃତ୍ୟୁ ହୋଇପାରେ

You might also like