ଏପ୍ରିଲ୍‌ରେ ଦୀପାବଳି: ଦୀପ ଓ ଫ୍ଲାସ୍ ଲାଇଟ୍‌ରେ ଉଜ୍ଜ୍ୱଳ ହେଲା ସାରା ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀର ଭୟଙ୍କର ଅନ୍ଧାରକୁ ଦୂରେଇ ଦେବା ପାଇଁ ଆଜି ସାରା ଦେଶ ଅଦିନରେ ଦୀପାବଳି ପାଳନ କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ୍‌ କ୍ରମେ ସାରା ଦେଶ ଘରର ବତୀ ବନ୍ଦ କରି ଦୀପ, ଟର୍ଚ୍ଚ ଓ ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍ ଜାଳି ଏକଜୁଟତା ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି, ରାଷ୍ଟ୍ରପତି, ଲୋକସଭା ସ୍ପିକର, ଉପରାଷ୍ଟ୍ରପତି ଆଦି ବହୁ ନେତା ଓ ମନ୍ତ୍ରୀ ଦୀପ ଜାଳିଛନ୍ତି।

ରାତି ୯ଟା ହେବା କ୍ଷଣି ଲୋକ ଘରର ସବୁ ଲାଇଟ୍ ବନ୍ଦ କରିଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ୍‌ କ୍ରମେ ସମସ୍ତେ ନିଜ ନିଜ ଘରେ ରହି କ୍ୟାଣ୍ଡେଲ୍‌ ଲାଇଟ୍‌, ଦୀପ, ଟର୍ଚ୍ଚ  ଓ ମୋବାଇଲ୍‌ ଫ୍ଲାସ୍ ଲାଇଟ୍ ଆଦି ଜାଳିଥିଲେ।

କେବଳ ସାଧାରଣ ଜନତା କିମ୍ବା ନେତା ନୁହଁନ୍ତି ପୁଲିସ କର୍ମୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ୍‌ ସ୍ୱୀକାର୍‌ କରି ଡ୍ୟୁଟିରେ ଥାଇ ମଧ୍ୟ ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ ଜାଳିଥିଲେ। ଭୁବନେଶ୍ୱରରେ ପୁଲିସ କର୍ମୀମାନେ ସ୍ଲୋଗାନ ଦେବା ସହିତ ମୋବାଇଲ୍ ଫ୍ଲାସ୍‌ ଲାଇଟ୍ ଜାଳିଥିଲେ। ଅନେକ ସ୍ଥାନରେ ମନ୍ତ୍ର, ଭଜନ ଓ ଜାତୀୟ ସଂଗୀତର ଗାନ ମଧ୍ୟ ହୋଇଥିଲା। ଯୋଗ ଗୁରୁ ରାମ ଦେବା ବାବା ଦୀପ ଜାଳିବା ସହିତ ମନ୍ତ୍ରପାଠ କରି ଯଜ୍ଞ କରିଛନ୍ତି।

Image

ଉପରେ ଫଟୋ ସ୍ଲାଇଡ୍‌ରେ ଦେଖନ୍ତୁ

You might also like