• କୋଭିଡ ମୃତକଙ୍କ କ୍ଷତିପୂରଣ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର
  • ସରକାର କହିଛନ୍ତ. କୋଭିଡ କାରଣରୁ ପ୍ରତ୍ୟେକ ମୃତ୍ୟୁ ପାଇଁ ୪ ଲକ୍ଷ କ୍ଷତିପୂରଣ ଦେବା ସମ୍ଭବ ନୁହେଁ
  • ପ୍ରତ୍ୟେକ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଉପରେ କ୍ଷତିପୂରଣ, ରାଜ୍ୟଗୁଡିକର ଆର୍ଥିକ କ୍ଷମତା ବାହାରେ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମନା କଲେ କେନ୍ଦ୍ର ସରକାର । ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି (SDRF )ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯିବ । କରୋନା କାରଣରୁ ମୃତ୍ୟୁର କ୍ଷତିପୂରଣ ଦାବିରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।

ବିପର୍ଯ୍ୟୟ ଆଇନ ଅନୁଯାୟୀ କେବଳ ଭୂକମ୍ପ, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଯୁଜ୍ୟ ବୋଲି ସୁପ୍ରିମକୋର୍ଟଙ୍କୁ ଦେଇଥିବା ଆଫିଡେଭିଟରେ କହିଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ହେତୁ ମୃତ୍ୟୁ ଉପରେ କ୍ଷତିପୂରଣ ଦିଆଗଲେ ତଥା ଅନ୍ୟ ରୋଗରେ ମରୁଥିବା ଲୋକଙ୍କୁ ସାହାଯ୍ୟ ନକରିବା ସମ୍ପୂର୍ଣ୍ଣ ଅନ୍ୟାୟ ହେବ । କରୋନା ମୃତକଙ୍କୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କଲେ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯିବ । କରୋନା ଓ ବନ୍ୟା ପରି ପରି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ବିପର‌୍ୟ୍ୟୟ ରିଲିଫ୍ ପାଣ୍ଠିରେ ଟଙ୍କା ରହିବ ନାହିଁ । ମହମାରୀ ସମୟରେ ଅନେକ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏହା ସମ୍ଭବ ନୁହେଁ ବୋଲି ସରକାର କହିଛନ୍ତି ।

ସୁପ୍ରିମକୋର୍ଟରେ କୋଭିଡଙ୍କ ମୃତକଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏକ ଏକ ଜନସ୍ବାର୍ଥ ମାମଲା ଆବେଦନ କରାଯାଇଥିଲା । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ୍ ଆକ୍ଟ ୨୦୧୫ରେ ନ୍ୟାସନାଲ ଡିଜାଷ୍ଟର ଅଥରିଟି ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଥିଲା । ଏଥିରେ ବିଯର୍ଯ୍ୟୟ ଯୋଗୁଁ ହେଉଥିବା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଥିଲା ବୋଲି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ ଆବଦେନକାରୀ । ତେବେ ଏହାର ଉତ୍ତରରେ ସରକାର କହିଛନ୍ତି ଏହି ନିୟମ କେବଳ ଭୂକମ୍ପ ଏବଂ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲାଗୁ ହେବ ।

ସରକାର କୋର୍ଟଙ୍କୁ କହିଛନ୍ତି, ୨୦୧୯-୨୦୨୦ ମସିହାରେ ରାଜ୍ୟ ସରକାର ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ମାଧ୍ୟମରେ ସର୍ବାଧିକ ୩୫% ପାଣ୍ଠି ବ୍ୟବହାର କରିପାରିବେ କିନ୍ତୁ ମହମାରୀ ପାଇଁ ୨୦୨୦-୨୧ ରେ ଏହି ସୀମା ୫୦% କୁ ବୃଦ୍ଧି କରାଯାଇଥିଲା । ସଙ୍କଟ ସମୟରେ ୨୨.୧୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ୫୦ ଲକ୍ଷ ଟଙ୍କା ବୀମା କଭର ଦିଆଯାଇଛି। ଏଥିପାଇଁ ବୀମା କମ୍ପାନୀମାନଙ୍କୁ ୪୪୨.୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ କରୋନା ମୁକାବିଲା ପାଇଁ ୨୦୧୯-୨୦ ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୧,୧୧୩.୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ବ୍ୟତୀତ କୋଭିଡ -୧୯ର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ୮,୨୫୭.୮୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଗାମୀ ସମୟରେ କରୋନାର ତୃତୀୟ ଲହରୀ ପାଇଁ ଆହୁରି ଅର୍ଥ ଅବାଶ୍ୟକ ପଡ଼ିବ । ଆବଶ୍ୟକ ସ୍ଥଳେ ଏଥିପାଇଁ ଅଧିକ ଖର୍ଚ୍ଚ ହୋଇପାରେ ।

Other Stories