ଖୋଲା ଦେହରେ ମାଇନସ୍‌ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଚାଲିଛି ଟ୍ରେନିଂ

ଡେରାଡୁନ: ବରଫମୟ ପରିବେଶରେ ଉତ୍ତରାଖଣ୍ଡ ଚମୋଲିରେ ITBP କମାଣ୍ଡୋଙ୍କ ଟ୍ରେନିଂ ଚାଲିଛି। ସମୁଦ୍ର ପତ୍ତନରୁ ସାଢ଼େ ୯ ହଜାର ଫୁଟ୍ ଉଚ୍ଚରେ ସେମାନେ ଟ୍ରେନିଂ ନେଉଛନ୍ତି। ମାଇନସ୍ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଖୋଲା ଦେହରେ ପ୍ରଶିକ୍ଷଣ ନେଉଛନ୍ତି ଏହି କମାଣ୍ଡୋମାନେ।

picture credit-Amar Ujala

ପ୍ରତିକୂଳ ପରିସ୍ଥିତିରେ ଶତ୍ରୁ ସହ କିଭଳି ମୁକାବିଲା କରାଯିବ ସେ ନେଇ ଏହି ପ୍ରଶିକ୍ଷଣ ଦିଆଯାଇଛି। ତୁଷାରପାତ ସମୟରେ କିଭଳି ଶତ୍ରୁ ସହ ମୁକାବିଲା କରାଯିବ, ତାହା ହେଉଛି ଏହି ଟ୍ରେନିଂ ମଡ୍ୟୁଲ୍‌ର ଫୋକସ୍। ମାଇନସ୍ ୧୫ ଡିଗ୍ରୀ ସେଲ୍‌ସିୟସରୁ ମଧ୍ୟ କମ୍ ତାପମାତ୍ରା ଥିବାରୁ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥାଏ।  ଭୂପୃଷ୍ଠ ଉପରେ ଜମି ରହିଛି ୪-୫ ଫୁଟ୍ ଉଚ୍ଚର ବରଫ। ଏପରି କଠିନ ପରିସ୍ଥିତିରେ ସେମାନେ ଟ୍ରେନିଂ ନେଉଛନ୍ତି।

You might also like