ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ରାଜନନ୍ଦଗାଓଁ: ଇଣ୍ଡୋ-ତିବ୍ବତିଆନ ସୀମାରେ ଆଜି ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯବାନ। ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ପାଇଁ ବର୍ତ୍ତି ଯାଇଛି ଇଣ୍ଡୋ-ତିବ୍ବତିଆନ ବର୍ଡର ପୋଲିସ (ITBP)ଙ୍କ ଜୀବନ। ଘଟଣା ଘଟିଛି ଛତିଶଗଡ଼ ରାଜନନ୍ଦଗାଓଁ ଜିଲ୍ଲାରେ। ଆତଙ୍କବାଦୀମାନେ ଲଗାଇଥିବା ବିସ୍ଫୋରକକୁ ଏହି ତାଲିମପ୍ରାପ୍ତ କୁକୁର ଠାବ କରିପାରିଛି ଯାହାଫଳରେ  ଯବାନମାନେ ଏକ ବଡ ଧରଣର ବିସ୍ଫୋରଣକୁ ଏଡ଼ାଇ ପାରିଛନ୍ତି ।

ଏହି ସାହାସୀ କୁକୁର ସୋଫିଆ, ଶିକ୍ଷା ନାମରେ ପରିଚିତ । ସେ ତାର ଅନ୍ୟ ସହକର୍ମୀ ଏବଂ ଲୋକଙ୍କ ସହ ରାସ୍ତା କାମ ହେଉଥିବା ସ୍ଥାନରେ ଥାଏ। ସୋଫିଆ ଏକ ସମ୍ଭାବ୍ୟ ବିସ୍ଫୋରଣର ଅନୁମାନ କରିପାରିଥିଲା। ରାଜନନ୍ଦଗାଓଁ ଜିଲ୍ଲାର ବେଗା ସାଲୱାରାରୁ ବକରକଟ୍ଟାର ସମୁଦପାଣି ଅଞ୍ଚଳ ମଧ୍ୟରେ ଚାଲିଥିବା ରାସ୍ତା କାମ ଚାଲିଥିଲା। ଆଇଟିବିପି ଯବାନଙ୍କୁ ଟାର୍ଗେଟ କରି ଏହି ରାସ୍ତାରେ ଆତଙ୍କବାଦୀମାନେ ୭ କେଜିର ଆଇଡି ବିସ୍ଫୋରକ ପୋତିଥିଲେ।

ଆଇଟିବିପିର ୪୦ ଯବାନ କମ୍ବିଂ ଅପରେଶନରେ ଯାଉଥିବାବେଳେ  ମଲାନୋଇଜ ବ୍ରିଡ୍‌ର ଏହି ତାଲିମ ପ୍ରାପ୍ତ କୁକୁର ସୋଫିଆ ମଧ୍ୟ ଯାଉଥିଲା। ହେଲେ ଯବାନମାନେ ପହଞ୍ଚିବା ପୂର୍ବରୁ ସୋଫିଆ ଏହି ବିସ୍ଫୋରକ ସାମଗ୍ରୀକୁ ଠାବ କରି ପାରିଥିଲା। ପରେ ଏହି ଆଇଡିକୁ ଯବାନମାନେ ନିଷ୍କ୍ରିୟ କରି ଦେଇଥିବା ଜଣାପଡ଼ିଛି।

ଯାହା ହେଉ, ସୋଫିଆ ଲାଗି ଏତେ ବଡ ଦୁର୍ଘଟଣାରରୁ ଯବାନମାନେ ବର୍ତ୍ତି ଯାଇଛନ୍ତି।

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like