ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଲେ ଯବାନ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କାର୍ଗିଲର ଦୁର୍ଗମ ଅଞ୍ଚଳର ଥିବା ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଲଦାଖ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଟ୍ରକ ଯୋଗେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଗୁଡିକୁ ପହଂଚାଇବାରେ  ପ୍ରମୁଖ ଭୂମିକା ନିର୍ବାହ କରିଛି ଆଇଟିବିପି । ଲଦାଖ ପ୍ରଶାସନ ପକ୍ଷରୁ ଜୋଜିଲା ପାସ୍‌କୁ ଖୋଲି ଦିଆଯିଇଛି। ଫଳରେ ବରଫରେ  ଆଚ୍ଛାଦିତ କାର୍ଗିଲ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଖାଦ୍ୟ ସାମଗ୍ରୀ ନେଉ ଯାଉଥିବା ଟ୍ରକ ଗୁଡିକୁ ଏସକର୍ଟ ଦେଉଛନ୍ତି ଆଇଟିବିପି ସୁରକ୍ଷା କର୍ମୀ  । ଯାହାଫଳରେ ସେମାନେ ସୁରକ୍ଷିତ ଭାବେ ସାମଗ୍ରୀକୁ ନେଇ ଯାଇପାରିବେ।

ଲଦାଖ ପୋଲିସର ସହଯୋଗରେ ଲୋକଙ୍କୁ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ଆଇଟିବିପିର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଗତ ୨୦ ଦିନ ମଧ୍ୟରେ ପାଖାପାଖି ୮ଶହରୁ ଅଧିକ ଟ୍ରକ୍ ଓ ଟ୍ୟାଙ୍କରକୁ ଗନ୍ତବ୍ୟ ସ୍ଥଳରେ ଏସକର୍ଟ କରି ପହଞ୍ଚାଯାଇଛି । ଯାହାଫଳରେ ଶତାଧିକ ସ୍ଥାନୀୟଲୋକେ ଏହାର ସୁବିଧା ପାଇପାରିବେ ।

You might also like