ବାହାରିଲା କରୋନା ଟିକା: ଇଟାଲୀ ଦାବି କଲା ମୁଁ ପ୍ରଥମେ ଆବିଷ୍କାର କରିଛି

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କରୋନା ଟୀକା ପ୍ରସ୍ତୁତ କରିଥିବା ଦାବି କଲା ଇଟାଲୀ। ଏହି ଭ୍ୟାକ୍ସିନ ମଣିଷ ଉପରେ କାର୍ଯ୍ୟ କରୁଥିବା ମଧ୍ୟ ଇଟାଲି ଦାବି କରିଛି।

ରୋମ୍‌ରେ ସ୍ପାଲାଞ୍ଜାନି ହସ୍ପିଟାଲରେ ମୂଷା ଉପରେ ଏହି ଭ୍ୟାକ୍ସିନର ପ୍ରୟୋଗ କରାଯାଇଥିଲା। ଏବଂ ପ୍ରଥମ ଟୀକା ଦିଆଯିବା ପରେ ହି ମୂଷା ଶରୀରରେ କରୋନା ଭୂତାଣୁକୁ ନଷ୍ଟ କଲା ଭଳି ଆଣ୍ଟିବଡି ତିଆରି ହୋଇଥିଲା।

ମଣିଷ ଜୀବକୋଷରେ ମଧ୍ୟ ଏହା କାର୍ଯ୍ୟ କରୁଛି ବୋଲି ଦାବି କରାଯାଇଛି। ଆଗକୁ ଏହାର ମାନବ ପରୀକ୍ଷଣ କରାଯିବ। ଆଗକୁ ଯଦି କରୋନା ଭୂତାଣୁ ନିଜକୁ ବିକଶିତ କରେ, ତେବେ ଏହି ଟୀକା ଦ୍ୱାରା ସୃଷ୍ଟି ହୋଇଥିବା ଆଣ୍ଟିବଡି ମଧ୍ୟ ବିକଶିତ ହେବ ବୋଲି କୁହାଯାଇଛି।

ସେପଟେ କରୋନାଭାଇରସ୍‌କୁ ନଷ୍ଟ କଲାଭଳି ଏକ ଆଣ୍ଟିବଡି ଠାବ କରିବାରେ ଇସ୍ରାଏଲର ଜୀବ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ମଧ୍ୟ ସଫଳ ହୋଇଥିବା ପୂର୍ବରୁ ଦାବି କରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ପରେ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ୍ ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି।

ବେନେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତିରେ ଦର୍ଶାଯାଇଛି ଯେ, କରୋନା ଭ୍ୟାକ୍‌ସିନ ପ୍ରସ୍ତୁତ କରିବା ଲାଗି IIBRକୁ ଅନୁମତି ଦିଆଯାଇଥିଲା। ତେବେ ଭ୍ୟାକ୍‌ସିନ ପ୍ରସ୍ତୁତରେ ଲାଗିଥିବା ବୈଜ୍ଞାନିକମାନେ ପ୍ରାଥମିକ ପର୍ଯ୍ୟାୟରେ ଏହି ଆଣ୍ଟିବଡିକୁ ପୃଥକୀକରଣ କରିପାରିଛନ୍ତି।

ତେବେ ଏହାର ହ୍ୟୁମାନ ଟ୍ରାଏଲ ବା ମାନବୀୟ ପରୀକ୍ଷଣ ହୋଇଛି କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ।  ପିଟିଆଇ ସୂଚନା ଅନୁସାରେ IIBR ଏହାର ହ୍ୟୁମାନ ଟ୍ରାଏଲ୍ କରିଛି। ଏନେଇ ପ୍ରତିଷ୍ଠାନ ପକ୍ଷରୁ ଖୁବଶୀଘ୍ର ରିପୋର୍ଟ ପ୍ରକାଶ ପାଇବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ

You might also like