କରୋନାରେ ୫୧ ଇଟାଲି ଡାକ୍ତର ଆଖି ବୁଜିଲେ

ରୋମ:କରୋନା ଭାଇରସ ପ୍ରକୋପ ବଢି ବଢି ଚାଲିଛି । ବିଶେଷକରି ଇଟାଲିରେ କରୋନାର ହୃଦୟଥରା ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି । କରୋନା ରୋଗୀଙ୍କ ପାଇଁ ଯିଏ ଭରସା ସେମାନେ ଆଜି ବିପଦରେ । ଅର୍ଥାତ୍‌୍ ଯେଉଁମାନେ କରୋନା ପୀଡିତଙ୍କ ଚିକିତ୍ସା କରୁଛନ୍ତି, ସେବା ଯୋଗାଉଛନ୍ତି, ସେହି ଡାକ୍ତରମାନେ ଗୋଟିଏ ପରେ ଗୋଟିଏ ଟଳି ପଡ଼ୁଛନ୍ତି ।
ଇଟାଲିରେ କରୋନା ମୃତକଙ୍କ ସଂଖ୍ୟା ଇତି ମଧ୍ୟରେ ୯,୧୩୪ରେ ପହଞ୍ଚିଲାଣି । ଶୁକ୍ରବାର ଗୋଟିଏ ଦିନରେ ୯୦୦ରୁ ଅଧିକ ଲୋକଙ୍କର ଜୀବନ ନେଇଛି କରୋନା । ତେବେ ନୂଆ କଥା ଦେଖିବାକୁ ମିଳିଛି, କରୋନା ଆକ୍ରାନ୍ତଙ୍କ ୁଚିକିତ୍ସା କରୁଥିବା ଡାକ୍ତରମାନେ କ୍ରମଶଃ ଆକ୍ରାନ୍ତ ହୋଇ ପଡ଼ୁଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୫୧ ଜଣ ଡାକ୍ତରଙ୍କ ନମୁନାରେ କରୋନା ପଜିଟିଭ ବାହାରିଥିଲା ଏବଂ ଚିକିତ୍ସା ସମୟରେ ସେମାନଙ୍କର ମୃତ୍ୟୁ ଘଟିଛି । ଏଟାଲି ଡାକ୍ତର ସଂଘ ଅଧ୍ୟକ୍ଷ ଫିଲିପୋ ଅନେଲଲୀ ଡାକ୍ତରମାନଙ୍କୁ ଅଧିକ ସୁରକ୍ଷା ଉପକରଣ ଯୋଗାଇ ଦେବାପାଇଁ ଦାବି କରିଛନ୍ତି । ସେ କହିଛନ୍ତି, କରୋନା ସହ ଲଢିବାକୁ ହେଲେ ପ୍ରଥମେ ଡାକ୍ତର ଏବଂ ସ୍‌:ାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଆବଶ୍ୟକ ।
ସୂଚନାଥାଉ କି, ଇଟାଲିରେ କରୋନା ଭାଇରସର କବଜାରୁ ଏତେ ଶୀଘ୍ର ମୁକୁଳିବାର ଆଶା ମଣିଷର ମଉଳି ଯାଇଛି । ଗତ ସପ୍ତାହରେ କରୋନା ମୃତ୍ୟୁ ସଂଖ୍ୟା ହାର କମିଥିବା ଦେଖି ମଣିଷର ଆଶା ଉଜ୍ଜିବୀତ ହୋଇଥିଲା । ହେଲେ ଶୁକ୍ରବାର ମୃତ୍ୟୁସଂଖ୍ୟା ସେଇ ଖୁସିକୁ ଛଡାଇ ନେଇଛି ।
ବିଶେଷଜ୍ଞମାନେ ଆକଳନ କରି ଇଟାଲିରେ କରୋନା ଭାଇରସ ସଂକ୍ରମଣ ଆଗାମୀ ଦିନରେ ଚରମ ସୀମାରେ ପହଞ୍ଚିଯ ବୋଲି କହିଛନ୍ତି ।

You might also like