ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପ୍ସର ତିଆରିକୁ ନେଇ କିଛିଦିନ ତଳେ ବିବାଦ ଦେଖାଦେଇଥିଲା। ସରକାରଙ୍କ ପାଖରେ ଏନେଇ ତଥ୍ୟ ନଥିଲା।

ଦୁଇ ମାସ ତଳେ ଜଣେ ବ୍ୟକ୍ତି ଆରଟିଆଇ ଜରିଆରେ ଏହାର ତଥ୍ୟ ମାଗିଥିଲେ। ହେଲେ  ଏହାର ତଦାରଖ କରୁଥିବା ଏନଆଇସି କିମ୍ବା ମନ୍ତ୍ରଣାଳୟ ନିକଟରେ ଆରୋଗ୍ୟ ସେତୁକୁ କିଏ ଡେଭଲପ କରିଥିଲା, ତା’ର ତଥ୍ୟ ନାହିଁ।

ଏହାକୁ ନେଇ ବିବାଦ ଦେଖାଦେବା ପରେ ସରକାର ଏହାର ସ୍ସଷ୍ଟୀକରଣ ରଖିଥିଲେ। ଏହି ଆପ୍ସକୁ ସରକାରୀ ଓ ଘରୋଇ ଭାଗିଦାରୀରେ ମାତ୍ର ୨୧ ଦିନ ମଧ୍ୟରେ ତିଆରି କରାଯାଇଥିଲା ବୋଲି ସରକାର କହିଥିଲେ।

ତେବେ ଏହି ଆପ୍ସ ବିଷୟରେ ତଥ୍ୟ ରଖିନଥିବା ବା ସୂଚନା ଦେଇପାରିନଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏବେ ନିର୍ଦ୍ଦେଶ ଦେଇଛି।

You might also like