ପାର୍ଲାମେଣ୍ଟ ଆକ୍ରମଣକୁ ପୂରିଲା ୧୯ ବର୍ଷ

ନୂଆଦିଲ୍ଲୀ : ପାର୍ଲାମେଣ୍ଟ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ କେବେବି ଭୁଲିବ ନାହିଁ ଭାରତ । ଆଜିକାର ଦିନରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ମନେ ପକାଇବା ସହ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇବା ସହ ଏହି ବଳିଦାନ ପାଇଁ ଦେଶ ସେମାନଙ୍କୁ ସବୁବେଳେ ମନେ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପାର୍ଲାମେଣ୍ଟ ପରିସରରେ ସହିଦ ପୋଲିସ୍ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବୀରର ସହ ସେ ଦିନ ଘଟଣାର ସାମ୍ନା କରିଥିବା ଯବାନଙ୍କୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦ୍ ଓ ଅନ୍ୟ ଦଳର ସଦସ୍ୟ ବି ଏହି ଶୋକସଭାରେ ଉପସ୍ଥିତ ଥିଲେ । ୨୦୦୧ ମସିହାରେ ଆଜିର ଦିନରେ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତୀୟ ସଂସଦ ଉପରେ ହୋଇଥିଲା ଆତଙ୍କବାଦୀ ହମଲା । ଏଥିରେ ୮ଜଣ ବୀର ଯବାନଙ୍କ ସହ ୯ ଜଣ ସାଧାରଣ ଜନତା ସହିଦ ହୋଇଥିଲେ । କଡା ଯବାବ ଦେଇ ସମସ୍ତ ଆତଙ୍କବାଦୀଙ୍କୁ ନିହତ କରିଥିଲେ । 
You might also like