EOS-01ର ସଫଳ ପରୀକ୍ଷଣ କଲା ଇସ୍ରୋ

ନୂଆଦିଲ୍ଲୀ: ଆଜି ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ୧୦ଟି ଉପଗ୍ରହ ନେଇ ଯାତ୍ରା କରିଛି ମହାକାଶ ଯାନ PSLV-C49 । ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସ୍ରୋ EOS-01ର ସଫଳ ପରୀକ୍ଷଣ କରିଛି। ଅପରାହ୍ନ ୩.୧୨ ମିନିଟ୍‌ରେ ଆର୍ଥ ଅବଜରଭେସନ ସାଟେଲାଇଟ୍‌ ବା EOS-01କୁ ଆନ୍ଧ୍ରପ୍ରଦେଶ ଶ୍ରୀହରି କୋଟାର ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ କରାଯାଇଛି। ଏଥିପାଇଁ ପୋଲାର ସାଟେଲାଇଟ୍‌ ଲଞ୍ଚ ଭେଇକଲ୍‌(PSLV) ରକେଟ୍‌ ବ୍ୟବହାର କରାଯାଇଥିଲା। PSLV ରକେଟ୍‌ରେ EOS-01 ସହିତ ଅନ୍ୟ ୯ଟି ବିଦେଶ ସାଟେଲାଇଟ୍ ମହାକାଶକୁ ପଠାଯାଇଛି।

ଏହାକୁ ପ୍ରଥମେ ୩.୨ ଲଞ୍ଚ କରିବାର ଯୋଜନା ଥିଲା କିନ୍ତୁ ପାଗ ଖରାପ ଥିବା ଯୋଗୁ ଏଥିରେ ସାମାନ୍ୟ ବିଳମ୍ବ କରି ୩.୧୨ରେ ଲଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଥିଲେ କର୍ତ୍ତୃପକ୍ଷ। ଏଥିପାଇଁ ଶୁକ୍ରବାର କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା।

EOS-01 ହେଉଛି ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ। କୃଷି, ବଣଜଙ୍ଗଲ ସମ୍ପର୍କୀୟ ଏବଂ ବିପର୍ଯ୍ୟୟର ପର୍ଯ୍ୟବେକ୍ଷଣ ପରିଚାଳନାର ପର୍ଯ୍ୟବେକ୍ଷଣ ପାଇଁ ଲଞ୍ଚ କରାଯାଇଛି। ଏହି ସାଟେଲାଇଟ୍‌ ସହିତ ଅନ୍ୟ ବିଦେଶୀ ସାଟେଲାଇଟ୍‌ ମଧ୍ୟ ମହାକାଶକୁ ପ୍ରେରଣ କରାଯାଇଛି। ସେଥିମଧ୍ୟରୁ ଗୋଟିଓଏ ଲିଥୁନିଆ ସାଟେଲାଇଟ୍ ହୋଇଥିବା ବେଳେ ଲକ୍ସମ୍ବର୍ଗ ଓ ଆମେରିକାର ୪ଟି ଲେଖାଏ ସାଇଟ ରହିଛି। ସୂଚନା ଥାଉକି, ଏବେ ଯାଏଁ ଇସ୍ରୋ ୩୨୮ଟି ବିଦେଶୀ ସାଟେଲାଇଟକୁ ଅବସ୍ଥାପିତ କରିବାରେ ସଫଳ ହୋଇସାରିଛି

You might also like