ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ। ଆଉ ଏଥିପାଇଁ ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବ ଡିଆରଡିଓ। ମହାକାଶକୁ ମଣିଷ ପଠାଇବା ଅଭିଯାନ ଲାଗି ବିଭିନ୍ନ ବୈଷୟିକ ବିକାଶ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ ଆଜି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ମାନବ ମହାକାଶ ଯାନ କେନ୍ଦ୍ର (ଏଚ୍ଏସ୍‌ଏଫ୍‌ସି)ର ନିର୍ଦ୍ଦେଶକ ଡକ୍ଟର ଏସ୍‌ ୟୁନିକ୍ରିଷ୍ଣନ ନାୟାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଡିଆରଡିଓର ବିଭିନ୍ନ ଗବେଷଣାଗାର ସହିତ ଏକାଧିକ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଡିଆରଡିଓ ପକ୍ଷରୁ ଇସ୍ରୋକୁ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଏବଂ ମାନବ ମହାକାଶ ଅଭିଯାନ ଆଦି ସ୍ୱତନ୍ତ୍ର ପ୍ରଯୁକ୍ତି ଯୋଗାଣ ସମ୍ଭବ ହେବ।

ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏବଂ ଜୀବ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ଏ କେ ସିଂହଙ୍କ ଉପସ୍ଥିତିରେ ଏରିଏଲ ଡେଲିଭରୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶ୍‌ମେଣ୍ଟ (ଏଡିଆରଡିଇ), ଡିଫେନ୍ସ ଫୁଡ୍‌ ରିସର୍ଚ୍ଚ ଲାବୋରୋଟୋରୀ (ଡିଏଫଆରଏଲ), ଡିଫେନ୍ସ ବାୟୋଇଞ୍ଜିନିଅରିଂ ଆଣ୍ଡ ଇଲେକ୍ଟ୍ରୋମେଡିକାଲ୍‌ ଲାବୋରୋଟୋରୀ (ଡିଇବିଇଏଲ୍‌), ଡିଫେନ୍ସ ଲ୍ୟାବ୍‌ ଯୋଧପୁର, ସେଣ୍ଟର ଫର ଫାୟାର, ଏକ୍ସପ୍ଲୋସିଭ୍‌ ଆଣ୍ଡ ଏନ୍‌ଭାଇରନ୍‌ ସେଫ୍ଟି (ସିଫ୍‌ଇଇଏସ୍‌), ଡିଫେନ୍ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିଓଲୋଜି ଆଣ୍ଡ ଆଲାଏଡ ସାଇନ୍ସ (ଡିଆଇପିଏଏସ) ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁକ୍ଲିଅର ମେଡିସିନ୍‌ ଆଣ୍ଡ ଆଲାଏଡ୍‌ ସାଇନ୍ସ (ଆଇଏନ୍‌ଏମ୍‌ଏଏସ୍‌)ର ନିର୍ଦ୍ଦେଶକମାନେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ କହିଥିଲେ, “ଯେ ପ୍ରତିରକ୍ଷା ପ୍ରୟୋଗ ଉଦ୍ଦେଶ୍ୟରେ ଡିଆରଡିଓ ଗବେଷଣାଗାର ନିକଟରେ ରହିଥିବା ପ୍ରଯୁକ୍ତିଭିତିକ ସାମର୍ଥ୍ୟକୁ ଇସ୍ରୋର ମାନବ ମହାକାଶ ମିଶନ ଅନୁକୂଳ କରାଯାଇ ଉପଯୋଗ କରାଯିବ। ମହାକାଶ ଖାଦ୍ୟ, ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ ଓ ଜୀବନରକ୍ଷା ଉପକରଣ, ମହାକାଶଚାରୀ ଓ ଅନ୍ୟମାନଙ୍କ ନିରାପତ୍ତା ପାଇଁ ପାରାଚ୍ୟୁଟ୍‌ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଡିଆରଡିଓ ପକ୍ଷରୁ ଇସ୍ରୋକୁ ଯୋଗାଇ ଦିଆଯିବ।”

ଜୀବ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ଏକେ ସିଂହ କହିଥିଲେ, “ଏହି ଅଭିଯାନ ପାଇଁ ଡିଆରଡିଓ ପକ୍ଷରୁ ଇସ୍ରୋକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ନିର୍ଦ୍ଧାରିତ ସମୟରେ ସମସ୍ତ ସହାୟତା ଲାଗି ପ୍ରଯୁକ୍ତିକୁ ମହାକାଶ ଯାତ୍ରୀଙ୍କ ଉପଯୋଗ ଅନୁକୂଳ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପୂର୍ବରୁ ନିଜର ମାନବ ମହକାଶ ଅଭିଯାନ ପୂରଣ କରିବା ଲାଗି ଇସ୍ରୋ ଲକ୍ଷ୍ୟ ରଖିଛି।”

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like