ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତର ଫଟୋ ଫଠାଇଲା ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ କିଛି ଫଟୋ ପ୍ରେରଣ କଲା ‘ଚନ୍ଦ୍ରଯାନ-୨’। ‘ଚନ୍ଦ୍ରଯାନ-୨’ ସହ ଯାଇଥିବା ଟେରେନ୍‌ ମ୍ୟାପିଙ୍ଗ କ୍ୟାମେରା-୨ ଏହି ଫଟୋକୁ ଉତ୍ତୋଳନ କରିଛି। ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୪ ହଜାର ୩୭୫ କିଲୋମିଟର ଦୂରରୁ ଏହି ଫଟୋ ଉଠା ଯାଇଛି।

ଅଗଷ୍ଟ ୨୩ରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ବେଳେ ଇସ୍ରୋ ପକ୍ଷରୁ ସୋମବାର ଏହି ଫଟୋ ଗୁଡ଼ିକୁ ଛଡ଼ାଯାଇଛି। ଏହି ଫଟୋରେ ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉଛି।

Moon Craters
Image Credit: isro.gov.in

ବିଶେଷକରି ଚନ୍ଦ୍ରଯାନ-୨ ଜାକସନ୍, ମ୍ୟାକ୍, କୋରଲେଭ୍ ଓ ମିତ୍ର ଆଦି ଚନ୍ଦ୍ର ଗର୍ତ୍ତର ଫଟୋ ପ୍ରେରଣ କରିଛି। ଏହା ସହ ଚନ୍ଦ୍ର ପୃଷ୍ଠରେ ଥିବା ଆହୁରି ଅନେକ ଛୋଟବଡ଼ ଗର୍ତ୍ତର ମଧ୍ୟ ଫଟୋ ଉତ୍ତୋଳନ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଚନ୍ଦ୍ରଯାନ ଟୁ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ପଠାଇଥିଲା।

Moon Craters
Image Credit: isro.gov.in

ଗତ ଜୁଲାଇ ୨୨ରେ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨ ମହାକାଶକୁ ଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଜିଏସ୍‌ଏଲ୍‌ଭି ମାର୍କ ୩ ରକେଟ୍ ସାହାଯ୍ୟରେ ଚନ୍ଦ୍ରୟାନ ୨କୁ ଇସ୍ରୋ ସଫଳତାର ସହ ଉତ୍‌କ୍ଷେପଣ କରିଥିଲା। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like