ଚନ୍ଦ୍ର ପୃଷ୍ଠକୁ କେମିତି ଛୁଇଁବ ବିକ୍ରମ; ଭିଡିଓ ଛାଡ଼ିଲା ଇସ୍ରୋ

ନୂଆଦିଲ୍ଲୀ: ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍‌ ଭିଡିଓ। ଏଥିରେ ଦର୍ଶାଯାଇଛି ଶନିବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କିଭଳି ଭାବେ ସଫ୍ଟଲ୍ୟାଣ୍ଡ କରିବ।

ଏହି ଭିଡିଓରେ ରହିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପୃଷ୍ଠ ଉପରୁ ୩୦ କିଲୋମିଟରରୁ ହିଁ ଲ୍ୟାଣ୍ଡ କରିବା ପ୍ରକ୍ରିୟା ଆରମ୍ଭ କରିବ। ଏହା ନିଜ ଚାରିପଟେ ମୋଡ଼ ନେଇ ୯୦ ଡିଗ୍ରୀ ମୁଦ୍ରାକୁ ଆସିବାକୁ ପ୍ରୟାସ କରିବ। ଏହାପରେ ବିକ୍ରମ ଏଥିରେ ଲାଗିଥିବା ଲ୍ୟାଣ୍ଡର ପୋଜିସନ୍‌ ଡିଟେକ୍ସନ୍‌ କ୍ୟାମେରା (ଏଲପିଡିସି) ଚନ୍ଦ୍ରପୃଷ୍ଠକୁ ସ୍କାନ କରି ନିଜ ପାଇଁ ଏକ ଉଚିତ ସ୍ଥାନ ବାଛିବ। ଥରେ ଏହା ବଛା ହୋଇଗଲେ ଏହା ଚନ୍ଦ୍ର ଆଡ଼କୁ ମୁହାଁଇବ।

ଏହା ଚନ୍ଦ୍ରପୃଷ୍ଠର ୧୦ ମିଟର ଉପରେ ପୁଣି ଏକ ମୋଡ଼ ନେବ। ଏପରି କରି ବିକ୍ରମ ଚନ୍ଦ୍ରପୃଷ୍ଠର ୯୦ ଡିଗ୍ରୀ ସ୍ଥିତିକୁ ଆସିଯିବ। ଏହାପରେ ବିକ୍ରମ ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ। ଏହା ଲ୍ୟାଣ୍ଡ କରିବା ପରେ ୩ଟି ପ୍ଲେଲୋଡ୍‌ ବାହାରକୁ ଆସି ପରୀକ୍ଷା ନିରୀକ୍ଷା ଆରମ୍ଭ କରିବେ। ଏକ ଘଣ୍ଟା ପରେ ବିକ୍ରମ୍‌ ୬ଟି ଚକ ବିଶିଷ୍ଟ ରୋଭର ପ୍ରଜ୍ଞାକୁ ଅପତରଣ କରାଇବ। ଏପରିକ କରିବାରା ଭାରତ ଚତୁର୍ଥ ରାଷ୍ଟ୍ର ହେବ। ଏହା ଏକ ‘ଚନ୍ଦ୍ରଦିନ’ ବା ପୃଥିବୀରେ ୧୪ ଦିନ ପାଇଁ ସେଠାରେ ଗବେଷଣା କରିବ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like