ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ -ISRO କୁ ଆଉ ଏକ ବଡ଼ ଉପଲବ୍ଧି ମିଳିଛି। ଏକା ସାଙ୍ଗରେ ୧୯ଟି ଉପଗ୍ରହ ପଠାଇ ଇତିହାସକୁ ଦୋହରାଇଛି ଇସ୍ରୋ। ଯେଉଁଥିରେ ରହିଛି ବ୍ରାଜିଲର ବାଣିଜ୍ୟକ ଉପଗ୍ରହ ଆମାଜୋନିଆ-୧। ତା ସହ ୫ ଭାରତୀୟ ଉପଗ୍ରହ ସମେତ ଅନ୍ୟ ୧୮ଟି ସାଟେଲାଇଟକୁ ଏକାସାଙ୍ଗରେ ନେଇ ମହାକାଶ ଯାତ୍ରା କରିଛି PSLV-C51।

ଭାରତୀୟ ଉପଗ୍ରହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଜିଆଇ-ସାଟ୍-ଓ୍ୱାନ୍ ଏହା ସହ ଅନ୍ୟ ଏକ ନାନୋ ସାଟେଲାଇଟ ମଧ୍ୟ ପଠାଇଛି ଇସ୍ରୋ, ଯେଉଁଥିରେ ଭଗବତ ଗୀତାର କିଛି ଶ୍ଲୋକ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ରହିଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ୱନ ଉତକ୍ଷେପଣ କେନ୍ଦ୍ରରୁ ଦିନ ୧୦ଟା ୨୪ ମିନିଟରେ PSLV-C51 ମହାକାଶ ଯାନକୁ ସଫଳ ଉତକ୍ଷକ୍ଷେପଣ କରାଯାଇଛି।

 

Other Stories