କମ୍ୟୁନିକେସନ୍‌ ସାଟେଲାଇଟ୍ ‘କଲାମ ସାଟ୍’ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ମହାକାଶକୁ ଇସ୍ରୋ ସବୁଠୁ ଛୋଟ ଓ ହାଲୁକା କମ୍ୟୁନିକେସନ୍ ସାଟେଲାଇଟ୍ ପଠାଇଛି। ଏହି ସାଟେଲାଇଟ୍‌ର ନାଁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ନାଁରେ ‘କଲାମ ସାଟ୍’ ରଖାଯାଇଛି।

ଶ୍ରୀହରିକୋଟାର ସତିଶ୍ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ PSLV-C44 ଜରିଆରେ ଏହି ସାଟେଲାଇଟ୍ ପ୍ରେରଣ କରାଯାଇଛି। ଗୁରୁବାର ରାତିରେ ପିଏସ୍ଏଲ୍‌ଭି -ଡିଏଲ୍ ସହାୟତାରେ ମହାକାଶରେ ଅବସ୍ଥାପିତ କରାଯାଇଛି।

ଏହି ସାଟେଲାଇଟ୍‌କୁ ଚେନ୍ନାଇର ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି। ଏହି ସାଟେଲାଇଟ୍‌ର ଓଜନ ମାତ୍ର ୧.୨୬ କେଜି। ଏହାକୁ ପ୍ରସ୍ତୁତ କରିବା ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୬ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଥିଲା।

ଏଥିସହ ୭୪୦କେଜି ବିଶିଷ୍ଟ ମାଇକ୍ରୋସାଟ୍ -ଆର ସାଟେଲାଇଟ୍‌ର ଉତ୍‌କ୍ଷେପଣ କରାଯାଇଛି। ଶତ୍ରୁପକ୍ଷର ରାଡାରକୁ ଧ୍ୱଂସ କରିବାକୁ ଏହା ସକ୍ଷମ ହେବ।

You might also like