ନିଜ ଦେଶ ପ୍ରତି ଥଟ୍ଟାମଜା ସହି ପାରିଲେନି, ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ ଭାଙ୍ଗି ଦେଲେ ପାକ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ: ଇଜ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାର ଭୟାବହ ରୂପ ଦେଖିଲା ସାରା ଦୁନିଆ । ଇଜ୍ରାଏଲ ଯୁଦ୍ଧ ବିରତି ଘୋଷଣା କରିବା ପୂର୍ବରୁ ହମାମ୍‌ର ଚରମପନ୍ଥୀମାନେ ବୋମାବର୍ଷଣ କରି ଅନେକ କ୍ଷୟକ୍ଷତି କରିଥିଲେ । ଦୁଇଦେଶ ମଧ୍ୟରେ  ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାବେଳେ ଅନ୍ୟ ଦେଶମାନେ ଏହାକୁ ନେଇ ବୟାନବାଜି ଜାରି ରଖିଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ଗୋଟିଏ ହେଉଛି ପାକିସ୍ତାନ । ଏହି ଘଟଣା ନେଇ ପାକିସ୍ତାନକୁ ନେଇ ଥଟ୍ଟା କରିବାରୁ ସେଠିକାର ଜଣେ ଅଭିନେତ୍ରୀ ତାଙ୍କ ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ ଭାଙ୍ଗି ଦେଇଛନ୍ତି ।

ନିଜ ନିର୍ବନ୍ଧ ଭାଙ୍ଗି ଦେଇଥିବା ଏଇ ଅଭିନେତ୍ରୀଙ୍କ ନାମ ଜୋୟା ନାସିର । ନିଜ ବୟଫ୍ରେଣ୍ଡ ତଥା ଜର୍ମାନ ବ୍ୟାଟସମ୍ୟାନ ବୁଲାଗର କ୍ରିଶ୍ଚିୟନଙ୍କ ସହ ଜୋୟାଙ୍କର ନିର୍ବନ୍ଧ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏହି ସମୟରେ କ୍ରିଶ୍ଚିୟନ ଇଜ୍ରାଏଲ ଏବଂ ପାଲେଷ୍ଟାଇନ ଉତ୍ତେଜନାକୁ ନେଇ ପାକିସ୍ତାନ ଉପରେ ଏକ ଟିପ୍ପଣୀ ଦେଇଥିଲେ । ପ୍ରକୃତରେ ସେ ଏକ ଟୁଇଟ କରି ପାକିସ୍ତାନର ମଜାକ ଉଡ଼ାଇଥିଲେ । ଏହି ଟୁଇଟ୍‌ରେ ଜୋଆ ରାଗି ଯାଇଥିଲେ ଏବଂ ନିଜ ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ଏବେ ଦୁହେଁ ଅଲଗା ହୋଇ ଯାଇଛନ୍ତି ।

ଟୁଇଟ୍‌ରେ କ୍ରିଶ୍ଚିୟନ ଲେଖିଥିଲେ, ବର୍ତ୍ତମାନ ସମୟରେ ପ୍ରାର୍ଥନା କରିବାରେ କାମ ଚଳିବନି । ଇଜ୍ରାଏଲ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ପାକିସ୍ତାନ ଉପରେ ବି ପ୍ରଶ୍ନ ଉଠାଇଲାଣି । ଯଦି ତୁମେ ନିଜ ଦେଶକୁ ବିପଦ ମୁହଁକୁ ଠେଲୁଛ, ଯଦି ତୁମେ ନିଜ ସମାଜ ଏବଂ ଲୋକଙ୍କୁ ସାହାଯ୍ୟ କରିପାରୁନ ତେବେ ଅନ୍ୟମାନଙ୍କୁ ଖରାପ ଭାବିବା ବନ୍ଦ କର ।’

ଏହା ପୋଷ୍ଟ ପରେ ଜୋୟା ତାଙ୍କର ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ଏ ନେଇ ସେ ମଧ୍ୟ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, ମୋ ଧର୍ମ, ମୋ ସଂସ୍କୃତି, ମୋ ଦେଶ ଏବଂ ମୋ ଲୋକଙ୍କ ପ୍ରତି ଯିଏ ସମ୍ବେଦନଶୀଳ ନୁହେଁ, ସେ ମୋତେ ଏପରି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛନ୍ତି । କିଛି ଧାର୍ମିକ ଏବଂ ସାମାଜିକ ସୀମା ଅଛି ଯାହାକୁ ଅତିକ୍ରମ କରାଯାଇ ପାରିବ ନାହିଁ । ସେଥିପାଇଁ ମୁଁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲି । ନମ୍ରତା, ସହନଶୀଳତା ଏବଂ ଜଣଙ୍କର ଅନ୍ୟ ଜଣକ ପାଇଁ ସମ୍ମାନବୋଧ-ଏପରି ଗୁଣ ଯାହାକୁ ସବୁବେଳେ ପାଳନ କରାଯିବା ଉଚିତ୍‌ ।’

 

You might also like