ଆଇଏସ୍‌ଆଇଏସ୍‌ ଲିଙ୍କ୍‌ର ଖୋଲୁଛି ଗୁମର

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ISIS ଲିଙ୍କ୍‌ରେ ୧୦ ଜଣ ସନ୍ଦିଗ୍ଧ ଗିରଫ ଘଟଣାର ଧୀରେ ଧୀରେ ଗୁମର ଫିଟୁଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟର, ଉଚ୍ଚ ଶିକ୍ଷିତ ଯୁବକ ଏବଂ ବ୍ୟବସାୟୀ।

ISISର ମଡ୍ୟୁଲ୍ ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍’ ୪ରୁ ୫ ମାସ ହେଲା ସକ୍ରିୟ ଜଣେ ମୌଲବୀ ହିଁ ଏହି ମଡ୍ୟୁଲର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ଉତ୍ତର ପ୍ରଦେଶ ଆମରୋହାର ମୂଳ ବାସିନ୍ଦା ଏବଂ ଦିଲ୍ଲୀର ଜାଫରବାଦରେ ବସବାସ କରୁଥିଲେ।

ସେହିଭଳି ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଦିଲ୍ଲୀର ଅନସ ୟୁନୁସ ମଧ୍ୟ ଅଛି। ୨୪ ବର୍ଷୀୟ ୟୁନୁସ ଆମିଟି ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ର। ସେହିଭଳି ଜାଫରାବାଦରୁ ଗିରଫ ୨୦ ବର୍ଷୀୟ ଜୁବେର ମଲିକ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ର। ଗିରଫଙ୍କ ମଧ୍ୟରେ ଆମରୋହା ଓ ଜାଫରାବାଦର ଦୁଇ ବ୍ୟବସାୟୀ ମଧ୍ୟ ରହିଥିବା ଜଣା ପଡ଼ିଛି।

ଗତକାଲି ଆତଙ୍କବାଦୀ ସଙ୍ଗଠନ ISIS ଲିଙ୍କ୍‌ରେ ଦେଶର ବିଭିନ୍ନ ସ୍ଥାନରେ NIA ରେଡ୍ କରି ଏମାନଙ୍କୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ଜଣେ ମହିଳାଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି।

You might also like