ISIS ମୁଖ୍ୟ ବାଗ୍‌ଦାଦିର ମୃତ୍ୟୁ ନେଇ ସ୍ପଷ୍ଟ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍‌ଦାଦିର ମୃତ୍ୟୁ। ଗତକାଲି ରାତିରେ ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ବାଗଦାଦିର ମୃତ୍ୟୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏନେଇ ସ୍ପଷ୍ଟ କରିଛନ୍ତି।

ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍‌ଦାଦିକୁ ଘେରିଥିଲା ଆମେରିକା ସେନା।  ତେବେ ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା ବାଗ୍‌ଦାଦି । ଏହାପରେ ଆମେରିକା ସେନା ତାର ପିଛା କରିବାରୁ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି ବାଗଦାଦି।

ବାଗଦାଦି ସହ ତାର ୩ଟି ସନ୍ତାନ ଏବଂ ଅନେକ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ଆତଙ୍କବାଦୀ ସଂଗଠନ ISISର ମୁଖ୍ୟ ଥିବା ବାଗଦାଦି ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ରୁଷ, ସିରିଆ ଏବଂ ତୁର୍କୀର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।

You might also like