ଧରାପଡ଼ିଲା ପାକିସ୍ତାନ ଷଡ଼ଯନ୍ତ୍ର; ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI
ନୂଆଦିଲ୍ଲୀ: ପାକିସ୍ତାନ୍ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର କୁତ୍ସିତ ପ୍ରୟାସ। ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI। ଏହାର ଠୋସ୍ ପ୍ରମାଣ ଲାଗିଛି ଭାରତ ହାତରେ।
ଇସଲମାବାଦ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖୁଛି ଆଇଏସ୍ଆଇ। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଡ ଗୁଇନ୍ଦାଗିରୀ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାର୍ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍ରେ ପିଛା କରୁଛନ୍ତି।
#WATCH Islamabad: Vehicle of India’s Chargé d’affaires Gaurav Ahluwalia was chased by a Pakistan’s Inter-Services Intelligence (ISI) member. ISI has stationed multiple persons in cars and bikes outside his residence to harass and intimidate him. pic.twitter.com/TVchxF8Exz
— ANI (@ANI) June 4, 2020
କାର୍ ଯେତେ ଖୀପ୍ର ବେଗରେ ଯାଉଛି ସେତେ ଶ୍ରୀଘ୍ର ଯାଉଛନ୍ତି ଏଜେଣ୍ଡ। ନିଜ ମୁହଁ ଲୁଚାଇବାକୁ ହେଲମେଟ୍ରେ କାଚ୍ ବି ଦେଇ ଦେଉଛନ୍ତି ଏଜେଣ୍ଡ ଜଣକ। ଏହିସବୁ ଦୃଶ୍ୟର ଭିଡିଓରେ ଦେଖାଯାଉଛି। ପୂର୍ବରୁ ବହୁବାର ISIର ସନ୍ଦେହଜନକ ଗତିବଧି ନେଇ ଭାରତ ଅଭିଯୋଗ କରିଛି। ଯାହାର ଠୋସ୍ ପ୍ରମାଣ ହେଉଛି ଏହି ଭିଡିଓ।
ଗତ ସପ୍ତାହରେ ଭାରତରେ ଗୁପ୍ତଚରୀ କରୁଥିବା ଦୁଇ ପାକିସ୍ତାନ ଅଧିକାରୀଙ୍କୁ ଅବାଞ୍ଛିତ ଘୋଷଣା ପରେ ଏମାନଙ୍କୁ ପାକିସ୍ତାନ ପଠାଯାଇଥିଲା। ଏମାନଙ୍କ ISI ଲିଙ୍କ୍ ଥିବା ଘଟଣା ବି ସାମ୍ନାକୁ ଆସିଥିଲା।