ଏଣିକି କାର ମଇଳା ଥିଲେ ଦେବେ ଜୋରିମାନା: ଆଉ…

ଚଷମା ପିନ୍ଧି ଗାଡି ଚଳାଇଲେ ଫାଇନ୍

ନୂଆଦିଲ୍ଲୀ: ପୃଥିବୀରେ ଏମିତି ଅନେକ ଦେଶ ଅଛି। ଯେଉଁମାନେ  ସୋମାନଙ୍କ ନିୟମକାନୁନ ଓ ଚଳଣି ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଆମେ ଯଦି ସେହି ଦେଶକୁ ଗସ୍ତ କରନ୍ତି ତେବେ ସେଠାକାର ନିୟମ ସମ୍ପର୍କରେ ଅବଗତ ହେବା ନିହାତି ଦରକାର। ମୋଟ ଉପରେ କହିବାକୁ ଗଲେ, ସ୍ଥାନୀୟ ଅଞ୍ଚଲର ଡ୍ରାଇଭିଂ ସମ୍ପର୍କରେ ଜାଣିବା ନିହାତି ଦରକାର। କାରଣ ଅନେକ ଦେଶ ନିଜର ଅଜବ ନିୟମ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ତେବେ ଜାଣିରଖନ୍ତୁ କେଉଁ ଦେଶରେ କେଉଁ ନିୟମ ଚର୍ଚ୍ଚାରେ ରହିଛି।

ନ୍ୟୁ ଜର୍ସି– ସାଧାରଣ ଭାବରେ ଟ୍ରାଫିକ ପୋଲିସ ସହ ଅନେକ ଲୋକଙ୍କ ଝଗଡା ହୋଇଥାଏ। କିନ୍ତୁ ନ୍ୟୁ ଜର୍ସିରେ ଟ୍ରାଫିକ ପୋଲିସ ସହ ଝଗଡ଼ା ତ ଦୂରର କଥା ଯଦି ଆପଣ ତାଙ୍କୁ ରାଗିକି ଚାହିଁବେ ତେବେ ସାଙ୍ଗେ ସାଙ୍ଗେ ଆପଣଙ୍କଠାରୁ ଫାଇନ ଆଦାୟ କରାଯିବ। କାରଣ ଏଠାରେ ସର୍ବସାଧାରଣ ସ୍ଥାନରେ ନିଜର ରାଗ ଦେଖାଇବା ମନା।

ଋଷିଆ- ଆପଣ ଯଦି କେବେ ଋଷିଆ ଯାଆନ୍ତି ତେବେ ସେଠାରେ ମଇଳା କାର ଚଳାଇବାକୁ ବାରଣ କରାଯାଇଛି। ଯଦି କୌଣସି କାରଣରୁ ଆପଣ ସେଠାରେ ମଇଳା କାର ଚଳାନ୍ତି ତେବେ ପୋଲିସ ୫୦ ଡଲାରର ଜୋରିମାନା ଆଦାୟ କରନ୍ତି। କାରର ଉଭୟ ଭିତର ଓ ବାହାର ପାଖ ସଫା ରହିବା ନିହାତି ଦରକାର।

ସାଇପ୍ରସ୍- ସ୍ଥାନୀୟ ସରକାରଙ୍କ ନିୟମ ଅନୁସାରେ, ଆପଣ ସେଠାରେ ଗାଡି ଚାଳନା ସମୟରେ କିଛି ଖାଦ୍ୟ ଗାଡି ଭିତରେ ଖାଇପାରିବେ ନାହିଁ। କେବଳ ଖାଇବା ନୁହେଁ ବରଂ ଗାଡି ମଧ୍ୟରେ ପାଣି ପିଇବା ମଧ୍ୟ ମନା। ଯଦି ଏମିତି କିଛି କରିବାରେ ଆପଣ ଧରାପଡନ୍ତି ତେବେ ଆପଣଙ୍କଠାରୁ ଆଦାୟ କରାଯିବ ମୋଟା ଅଙ୍କର ଜୋରିମାନା।

ସର୍ବିୟା- ୟୁରୋପ ମହାଦେଶର ଏହି ଦେଶରେ ଆପଣ ଚଳନ୍ତା ଗାଡିରେ ଦୌଡ଼ି ରଖିଥିଲେ ଦେବାକୁ ପଡିବ ମୋଟା ଅଙ୍କର ଜୋରିମାନା। ତେଣୁ ଗାଡିରେ ଏଠାରେ ଦୌଡି ରଖିପାରିବେ ନାହିଁ।

ଆଲାସ୍କା-  ବର୍ତ୍ତମାନ ସମୟରେ ଅନେକ ଲୋକ ଘରେ କୁକୁରକୁ ପେଟ୍ ଭାବରେ ରଖନ୍ତି। କେବଳ ରଖନ୍ତି ତାହା ନୁହେଁ ବରଂ ଘରୁ ବାହାରିବା ମାତ୍ରେ କୁକୁରକୁ ମଧ୍ୟ ଗାଡିରେ ବସାଇ ନିଅନ୍ତି। କିନ୍ତୁ ଆମେରିକାର ଆଲାସ୍କାରେ ରହୁଥୁବା ଲୋକ ନିଜ ପୋଷା କୁକୁରକୁ ନିଜ ଗାଡିରେ ବସାଇ ନେଇ ପାରିବେ ନାହିଁ। ଯଦି ଆପଣ ଏମିତି କରିବେ ତେବେ ଆପଣଙ୍କଠାରୁ ଜୋରିମାନା ଆଦାୟ କରାଯିବ।

ଥାଇଲାଣ୍ଡ- ଏଦି ଦେଶରେ ଆପଣ ଗାଡ଼ି ଚଳାଇଲେ ଆପଣ ସାର୍ଟ ପିନ୍ଧିବା ବାଧ୍ୟତାମୂଳକ। ଯଦି କୌଣସି କାରଣରୁ ଆପଣ ସାର୍ଟ ପିନ୍ଧିନାହାନ୍ତି ତେବେ ଆପଣଙ୍କୁ ଦେବାକୁ ପଡିବ ଜୋରିମାନା।

ମାନିଲା- ଆପଣ ଯଦି ଫିଲିଫାଇନ୍ସରେ ଅଛନ୍ତି ଓ ଆପଣଙ୍କ ଗାଡ଼ିର ନମ୍ବର ପ୍ଲେଟର ଶେଷକୁ  ୧ କିମ୍ବା ୨ ନମ୍ବର ରହୁଛି ତେବେ ଆପଣ ସେଠାରେ ସୋମବାର ଦିନ ଗାଡି ଚଳାଇପାରିବେ ନାହିଁ।

ସାଉଦିଆରବ- ଏଠାରେ ରହୁଥିବା ମହିଳାମାନେ ଗାଡି ଚଳାଇପାରିବେ ନାହିଁ। କାରଣ ମହିଳାଙ୍କ ଗାଡ଼ି ଚଳାଇବାକୁ ଏଠାରେ ଅପରାଧ ଭାବରେ ବିବେଚିତ କରାଯାଏ। ତେଣୁ ଏହି ନିୟମର ଉଲଙ୍ଘନ କଲେ ଦେବାକୁ ପଡିଥାଏ ଫାଇନ।

ସ୍ପେନ- ଏଠାରେ ଆପଣ ଯଦି ଚଷମା ପିନ୍ଧି ଗାଡି ଚାଳନା କରୁଛନ୍ତି ତେବେ ଆପଣଙ୍କୁ ଆଉ ଏକ ସମାନ ଚଷମା ଗାଡିରେ ରଖିବାକୁ ପଡିବ। ଯଦି ଆପଣ ଏହି ନିୟମର ଉଲଙ୍ଘନ କରନ୍ତି ତେବେ ଆପଣଙ୍କଠାରୁ ଜୋରିମାନା ଆଦାୟ କରାଯିବ।

ଡେନମାର୍କ-ଯଦି ଆପଣ ଡେନମାର୍କରେ ଗାଡି ଚାଳନା କରୁଛନ୍ତି ତେବେ ଦିନ ସାରା ଆପଣଙ୍କୁ ଗାଡିର ହେଡ ଲାଇଟ ଲଗାଇ ହିଁ ଯାତ୍ରା କରିବାକୁ ପଡିବ। ଯଦି ଆପଣ ଲାଇଟ୍ ନଲଗାଇଛନ୍ତି ଆଉ ଧରାପଡିଛନ୍ତି ତେବେ ଆପଣ ଜୋରିମାନା ଦେବେ।

କାଲିଫର୍ନିଆ- ଏଠାକାର ନିୟମ ବି ବଡ ଅଜିବ। କାରଣ ଯଦି କୌଣସି ମହିଳା ଗାଡି ଚଳାଇବା ସମୟରେ ଗାଉନ ପିନ୍ଧିଥାଆନ୍ତି ତେବେ ତାଙ୍କଠାରୁ ଜୋରିମାନା ଆଦାୟ କରାଯାଇଥାଏ।

ପେନସିଲଭାନିଆ- ଆପଣ ଏଠାରେ ଗାଡି ଚଳାଉଥିଲେ ପ୍ରାଣୀଙ୍କ ଜୀବନ ପ୍ରତି ସତର୍କତା ରହିବା ନିହାତି ଦରକାର। କାରଣ କୌଣସି କାରଣରୁ ଆପଣଙ୍କ ଗାଡି ସହ କୌଣସି ଜୀବ ସହ ଧକ୍କା ହୋଇଥାଏ , ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ ବରଂ ପ୍ରତି ୧ କିମି ବ୍ୟବଧାନରେ ଗାଡି ଲାଇଟ୍ ଜଳାଇ ଜୀବଜନ୍ତୁଙ୍କୁ ସିଗ୍ନନାଲ ଦେଇ ଗାଡି ଚାଳନା କରିବାକୁ ପଡେ।

ତେବେ ମୋଟ ଉପରେ କହିବାକୁ ଗଲେ ପୃଥିବୀର ବିଭିନ୍ନ ଦେଶରେ ଟ୍ରାଫିକର ନିୟମ ଭିନ୍ନ ଭିନ୍ନ ରହିଛି। ତେଣୁ ନିୟମ ସମ୍ପର୍କରେ ନଜାଣି ଗାଡି ଚାଳନା କଲେ ଦେବାକୁ ପଡିବ ଜୋରିମାନା।

You might also like