ବଙ୍ଗ ଦଖଲ ପାଇଁ ଡେରା ପକାଇଛନ୍ତି କି ଶାହା ?
ବିଜେପିର ବଙ୍ଗ ଦଖଲ ପାଇଁ ସଜବାଜ
ପଶ୍ଚିମବଙ୍ଗ: ବିଜେପିର ବଙ୍ଗ ଦଖଲ ପାଇଁ ସଜବାଜ। ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ଦଳୀୟ ନେତାଙ୍କ ସହ ବୈଠକ କରି ପ୍ରସ୍ତୁତ କରିବେ ରଣନୀତି। ଏହାସହ ରାଜ୍ୟର ଚାଷୀ ମାନଙ୍କୁ ଭେଟି ଆଲୋଚନା କରିବାର ମଧ୍ୟ ରହିଛି କାର୍ଯ୍ୟକ୍ରମ।
ମେଦିନାପୁରର ଜଣେ କୃଷକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ ଶାହା। ସେହି ମେଦିନାପୁରରେ ହିଁ ତୃଣମୂଳ କଂଗ୍ରେସର କିଛି ବରିଷ୍ଠ ନେତା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ବରଂ ବୀରଭୂମିରେ ଆୟୋଜିତ ଏକ ରୋଡ ସୋରେ ଯୋଗ ଦେବେ ବୋଲି ଜଣାଯାଇଛି।