ଦୁଇଟି ଭିନ୍ନ ପ୍ରକାରର କୋଭିଡ-୧୯ ଟିକା ନେବା ସୁରକ୍ଷିତ କି? ଦେଶରେ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍ ଦେବାକୁ ଦେଶରେ ଜୋରସୋରରେ ଚାଲିଛି ଟିକା ଉତ୍ପାଦନ ଓ ଟିକାକକରଣ ଅଭିଯାନ । ଏବେ ୩ଟି ଟିକା ପ୍ରଚଳନ ଥିବା ବେଳେ, ଆଗକୁ ଆ ହୁରି ଅନେକ ପ୍ରକାର ନୂଆ ଟିକା ଏହି ଅଭିଯାନରେ ସାମିଲ ହୋଇପାରେ । ତେବେ ଜଣେ ବ୍ୟକ୍ତି ୨ଟି ଡୋଜ୍ ଭିନ୍ନ ଭିନ୍ନ କଂପାନୀର ଟିକା ନେଇପାରିବ କି ? ଏହା କରୋନା ପ୍ରତିରୋଧୀ ଶକ୍ତି ବଢ଼ାଇବ ନା କିଛି କ୍ଷତି କରିବ? ଏନେଇ ଦେଶରେ ପରୀକ୍ଷଣ ଆରମ୍ଭ ହୋଇଛି ।

କୋଭିଡ୍ ଟିକାକରଣ ପ୍ରକ୍ରିୟାରେ ଫୁର୍ତ୍ତୀ ଆଣିବାକୁ ନୂଆ ଉପାୟ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଭିନ୍ନ ଭିନ୍ନ ଟିକା ଦେଲେ ତାର କଣ ପ୍ରଭାବ ରହିଛି ତାହା ଜାଣିବାକୁ ଆ ରମ୍ଭ ହୋଇଛି ପରୀକ୍ଷଣ । କିଛି ଦିନ ତଳେ ୨୦ ଜଣ ବ୍ୟକ୍ତିଙ୍କୁ ଭୁଲରେ ଭିନ୍ନ ଭିନ୍ନ ଦୁଇଟି ଡୋଜ୍ ଦିଆଯାଇଥିଲା । ମାତ୍ର ସେମାନଙ୍କ ଶରୀରରେ ଏଯାଏଁ କୌଣସି ଖରାପ ପ୍ରଭାବ ଦେଖିବାକୁ ମିଳିନାହିଁ । ଯାହାକି ଦୁଇଟି ଭିନ୍ନ ଡୋଜର ପ୍ରଭାବକୁ ନେଇ ପରୀକ୍ଷଣ ଲାଗି ଉତ୍ସାହିତ କରିଛି । ଦୁଇରୁ ଅଢେଇ ମାସ ମଧ୍ୟରେ ଏହି ପରୀକ୍ଷଣ ଶେଷ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୁଇଟି ଭିନ୍ନ ଡୋଜ୍ ଯଦି ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସମାନ ମାତ୍ରାରେ ଫଳପ୍ରଦ ହେଉଥିବ, ତେବେ ଟିକା ଅଭାବ ସ୍ଥିତିର ମୁକାବିଲା କରିବାରେ ଏହା ଯଥେଷ୍ଟ ସହାୟକ ହେବ । କାରଣ ଟିକା ଅଭାବ ଯୋଗୁଁ କୌଣସି ବ୍ୟକ୍ତିଙ୍କ ଦ୍ୱିତୀୟ ଡୋଜ୍ ବିଳମ୍ବ ହେଉଥିଲେ ତାଙ୍କୁ ଅନ୍ୟ ଟିକା ଦିଆଯାଇପାରିବ ।

ସେହିପରି କୋଭିସିଲ୍ଡର ଦୁଇଟି ଡୋଜ୍ ପରିବର୍ତ୍ତେ ଗୋଟିଏ ଡୋଜ୍ କରୋନା ବିପକ୍ଷରେ ଲଢିବାକୁ କେତେ ସଫଳ ହେଉଛି ତାର ପରୀକ୍ଷଣ ବି କରାଯିବ । କାରଣ ପ୍ରଥମ ଦ୍ୱିତୀୟ ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ବଢିଲେ ଟିକା ସେତେ ଅଧିକ କାମ କରୁଥିବା ନଜରକୁ ଆସିଛି । ଅର୍ଥାତ୍ ପ୍ରଥମ ଡୋଜ୍ ହିଁ କରୋନା ବିରୁଦ୍ଧରେ ଲଢିବା ଲାଗି ଆବଶ୍ୟକ ଆଣ୍ଟିବଡ଼ି ସୃଷ୍ଟି କରିପାରୁଥିବା କୁହାଯାଉଛି । ସେହିପରି ଜନସନ୍ ଆଣ୍ଡ୍ ଜନସନ୍ ଓ ସ୍ଫୁଟନିକ୍ ଲାଇଟ୍ ମଧ୍ୟ ଆଷ୍ଟ୍ରାଜେନେକା ଶ୍ରେଣୀର ଟିକା ଜନସନ୍ ଓ ସ୍ଫୁଟନିକ୍-ଲାଇଟ ଗୋଟିଏ ଡୋଜ୍ ବିଶିଷ୍ଟ ହୋଇଥିବାରୁ କୋଭିସିଲଡର ଗୋଟିଏ ଡୋଜ୍ରୁ କେତେ ସୁରକ୍ଷା ମିଳୁଛି ସେନେଇ ପରୀକ୍ଷଣ ଆରମ୍ଭ ହେବ ।

ଆସନ୍ତା ଜୁଲାଇ ମାସରୁ ଦୈନିକ ଏକ କୋଟି ଲୋକଙ୍କୁ ଟିକା ଦେବା ଲାଗି ସରକାର ଯୋଜନା କରିଛନ୍ତି । ଦୁଇଟି ଭିନ୍ନ ଭିନ୍ନ ଡୋଜ୍ ଯଦି ଭଲ କାମ ଦେବ, ତେବେ ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ଏବା ବିଶେଷ ଭାବେ ସହାୟକ ହେବ । କିଛି ଦିନ ତଳେ ନୀତି ଆୟୋଗ ସଦସ୍ୟ ତଥା କୋଭିଡ୍ ଟାସ୍କଫୋର୍ସ ମୁଖ୍ୟ ଭି.କେ ପଲ୍ କହିଥିଲେ । ତେଣୁ କୋଭିସିଲ୍ଡ, କୋଭାକ୍ସିନ୍ ଓ ସ୍ଫୁଟନିକ୍-ଭି ପରେ କେନ୍ଦ୍ର ସରକାର ଜନସନ୍ ଆଣ୍ଡ୍ ଜନସନ୍, ସେରମର ନୋଭାଭାକ୍ସ, ଜେନୋଭା ଏମ୍-ଆରଏନ୍ଏ, ଓ ଜାଇଡସ୍ କାଡିଲାର ଡିଏନ୍ଏ ଭ୍ୟାକସିନ୍ ଆଣିବାକୁ ଚେଷ୍ଟା କରୁଛନ୍ତି ।

ଆସନ୍ତା ଡିସେମମ୍ବର ସୁଦ୍ଧା ଦେଶର ୧୦୮ କୋଟି ଲୋକଙ୍କୁ ଟିକା ଦେବା ଲାଗି କେନ୍ଦ୍ର ସରକାରଙ୍କ ଟାର୍ଗେଟ ରହିଛି । ଏହି ସମୟ ମଧ୍ୟରେ ଦେଶରେ ୨୧୬ କୋଟି ଡୋଜ୍ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଶୁକ୍ରବାର ଦିନ ଘୋଷଣା କରିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର । ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଥିବା ନେଇ ବିରୋଧୀଙ୍କ ଅଭିଯାଗର ଜବାବ ଦେଇ ଜାଭଡେକର ଏହା କହିଛନ୍ତି ।

ସେପଟେ ଜୁନ୍ ଶେଷ ସୁଦ୍ଧା ୧୦ କୋଟି ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇବ ବୋଲି କେନ୍ଦ୍ର ସରକାରଙ୍କୁ ଜଣାଇଛି ସେରମ୍ ଇନଷ୍ଟିଚ୍ୟୁଟ୍ । ମେ ମାସରେ ସାଢ଼େ ୬ କୋଟି ଡୋଜ୍ ଉତ୍ପାଦନ କରିଥିଲା କମ୍ପାନି । ହେଲେ ବର୍ଦ୍ଧିତ ଆବଶ୍ୟକତାକୁ ଦେଖି ଉତ୍ପାଦନ କ୍ଷମତାକୁ ଜୁନରେ ପ୍ରାୟ ୧୦ କୋଟି ଯାଏଁ ବୃଦ୍ଧି କରାଯିବ । ଟିକା ଉତ୍ପାଦନକୁ ତ୍ୱରିତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସେରମକୁ ଚିଠି ଲେଖିଥିଲେ ।

You might also like