ଅଗଷ୍ଟରେ ଖୋଲିବ କି ସିନେମା ହଲ୍‌ ?

ନୂଆଦିଲ୍ଲୀ: କରୋନା ଯୋଗୁ ସାରା ଦେଶରେ ଏବେ ସିନେମା ହଲ୍‌ ବନ୍ଦ ରହିଛି। ତେଣୁ ଏହାକୁ ପୁଣିଥରେ ଆସନ୍ତା ଅଗଷ୍ଟରେ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରିଛି।

ଶୁକ୍ରବାର ଦିନ ଏସମ୍ପର୍କରେ CII ମିଡିଆ କମିଟି ସହ ସୂଚନା ଓ ପ୍ରସାରଣ ସଚିବ ଅମିତ୍‌ ଖେର୍‌ଙ୍କ ଆଲୋଚନା ହୋଇଥିଲା। ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗୃହ ସଚିବ ଅଜୟ ଭଲ୍ଲା ନେବେ ବୋଲି ଅମିତ୍‌ ଖେର୍ କହିଛନ୍ତି। ଅମିତ୍‌ ଖେର୍‌ କହିଛନ୍ତି ଯେ, ଅଗଷ୍ଟ ୧ରୁ କିମ୍ବା ଅଗଷ୍ଟ ୩୧ ଆଡ଼କୁ ସାରା ଦେଶରେ ସିନେମା ହଲ୍ ଗୁଡ଼ିକୁ‌ ପୁଣି ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ସୁପାରିଶ କରାଯାଇଛି।

ଯଦି ସିନେମା ହଲ୍‌ ଖୋଲେ ତା’ହେଲେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବା ସହ ପ୍ରଥମ ଧାଡ଼ି ଓ ଏହାର ପରବର୍ତ୍ତୀ ଧାଡ଼ିର ସିଟ୍‌ ଖାଲି ରଖିବାକୁ ପ୍ରସ୍ତାବ ଦିଆଯାଇଛି।

‌ବୈଠକରେ ଉପସ୍ଥିତ ସିନେମା ହଲ୍‌ ମାଲିକମାନେ ଏଭଳି ପ୍ରସ୍ତାବରେ ନେଇ ଅମଙ୍ଗ ହୋଇଥିବା ସୂଚନା ମିଳିଛି। ବୈଠକରେ ମିଡିଆ ସିଇଓ ପ୍ରମୁଖ ସୋନି ଚ୍ୟାନେଲ୍‌ର ସିଇଓ ଏନ୍‌ପି ସିଂ, ସାମ୍‌ ବାଲ୍‌ସାରା (Madison), ମେଘା ଟାଟା (Discovery), ଗୌରବ ଗାନ୍ଧି (Amazon Prime), ମନୀଷ ମହେଶ୍ୱରୀଙ୍କ (Twitter) ସମେତ CII ମିଡିଆ କମିଟିର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ। 

You might also like