ଆଧାର କାର୍ଡ ସହ ଲିଙ୍କ୍‌ ହେବ ଭୋଟର୍‌ ଆଇଡି !

ନୂଆଦିଲ୍ଲୀ: ପାନ୍‌ କାର୍ଡ ପରେ ଏବେ ଭୋଟର ଆଇଡି କାର୍ଡକୁ ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍‌ କରିବା ପାଇଁ ଆବଶ୍ୟକ ପଡ଼ିପାରେ।

ସୂଚନା ଅନୁସାରେ, ଭୋଟର କାର୍ଡକୁ ଆଧାର ନମ୍ବର ସହ ଲିଙ୍କ୍‌ କରିବା ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଆଇନ୍‌ ମନ୍ତ୍ରାଳୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ହେଲେ ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି, ଏହା ସୁନିଶ୍ଚିତ କରିବା ଜରୁରୀ ଯେ, ଏହି ପ୍ରକ୍ରିୟାରେ ଯେଭଳି ଲୋକଙ୍କ କୌଣସି ଡାଟା ଚୋରି ହେବନାହିଁ।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆଧାର କାର୍ଡକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ କରିବା ପାଇଁ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ କିଛି ସର୍ତ୍ତ ରଖିଛି।

ତେବେ ଘଟଣା ଯାହା ହେଉ ନା କାହିଁକି ସରକାରୀ ଭାବେ ସ୍ୱୀକୃତି ମିଳିବାପରେ ହିଁ ନିର୍ବାଚନ ଆୟୋଗକୁ ଭୋଟର ଆଇଡି କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରିବା ପାଇଁ ଆଇନଗତ ଅଧିକାର ମିଳିପାରିବ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ୨୦୧୯ ଡିସେମ୍ବର ୩୧ ତାରିଖ ରହିଥିଲା। ହେଲେ ଏହାକୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି।

You might also like