କରୋନା ଭୟରେ ଆତ୍ମହତ୍ୟା କଲେ ଆଇଆରଏସ୍‌ ଅଧିକାରୀ

ଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ଦ୍ୱାରକା ଅଞ୍ଚଳରେ କରୋନା ସଂକ୍ରମଣକୁ ଭୟ କରି ଜଣେ ଆଇଆରଏସ୍‌ ଅଧିକାରୀ ଶିବରାଜ ସିଂହ ଏସିଡ୍‌ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶିବରାଜ ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଖବର ଅନୁଯାୟୀ,  ୫୬ ବର୍ଷୀୟ ଶିବରାଜଙ୍କର ଗତ ୩ଦିନ ତଳେ ନମୂନା ପରୀକ୍ଷା କରାଯାଇଥିଲା। କିନ୍ତୁ ତାଙ୍କର ରିପୋର୍ଟ ନିଗେଟିଭ୍‌ ଥିଲା। ଏହା ସତ୍ତ୍ୱେ ମଧ୍ୟ ଶିବରାଜ ଡରୁଥିଲେ। କାଳେ କରୋନା କାରଣରୁ  ପିଲାମାନେ ଓ ପରିବାରର ଅନ୍ୟ ସଦସ୍ୟମାନେ  ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ସେ ଡରି ଏପରି ଚରମ ପଦକ୍ଷେପ ନେଇଥିଲେ।  ତାଙ୍କ ଘରୁ ଏକ ସୁଇସାଇଟ୍‌ ନୋଟ୍‌ ଜବତ କରାଯାଇଥିଲା, ଯେଉଁଥିରେ ସେ କରୋନା ସନ୍ଦେହରେ ଆତ୍ମହତ୍ୟା କରୁଥିବା ଉଲ୍ଲେଖ ରହିଥିଲା।

ଘଟଣାକୁ ନେଇ ଦ୍ୱାରକା ଜିଲ୍ଲା ପୋଲିସ କହିଛନ୍ତି,  ୨୦୦୬ ବ୍ୟାଚ୍‌ର ଆଇଆରଏସ୍ ଅଧିକାରୀ ଶିବରାଜ ସିଂହ ଦ୍ୱାରକାର ସେକ୍ଟର ୬ରେ ଥିବା ଆପାର୍ଟମେଣ୍ଟରେ ରହୁଥିଲେ। ସେ ଆରକେ ପୁରମ ଠାରେ ଥିବା ଆୟକର ବିଭାଗର କାର୍ଯ୍ୟଳୟରେ କାର୍ଯ୍ୟ କରୁଥିଲେ। ଗତକାଲି ସନ୍ଧ୍ୟାରେ ସେ ଘରୁ ବାହାରକୁ ଆସି ଆପାର୍ଟମେଣ୍ଟ ବାହାରେ ପାର୍କିଂ ହୋଇଥିବା କାରରେ ବସି ଏସିଡ୍‌ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଥିଲେ।

ସୁଇସାଇଡ୍‌ ନୋଟ୍‌ରେ ସେ ପିଲାମାନଙ୍କୁ ହଇରାଣ ନକରିବାକୁ କହିଛନ୍ତି। ଏହାସହିତ କାର୍ଯ୍ୟାଳୟକୁ ମଧ୍ୟ ହଇରାଣ ନକରିବା ପାଇଁ କହିଛନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

 

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like