ଇର୍‌ଫାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଇର୍‌ଫାନ୍‌ ଖାନ ଆଉ ନାହାନ୍ତି । ତାଙ୍କର ମୃତ୍ୟୁକୁ ନେଇ ବଲିଉଡ ସମେତ କ୍ରିକେଟ୍ ଏବଂ ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ସହ ମୋର ସମବେଦନା ରହିଛି ବୋଲି କହିଛନ୍ତି।

ପିଏମ୍‌ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଇର୍‌ଫାନ୍‌ ଖାନଙ୍କ ବିୟୋଗ ସିନେମା ଓ ଥିଏଟର ଜଗତ ପାଇଁ ଏକ ବଡ କ୍ଷତି। ବିଭିନ୍ନ ଧାରାବାହିକରେ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ତାଙ୍କୁ  ସମସ୍ତେ ମନେ ରଖିବେ । ତାଙ୍କ ପରିବାର,ବନ୍ଧୁ ଓ ପ୍ରଶଂସକଙ୍କ ସହ ମୋର ସମବେଦନା ରହିଛି। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ।

ଇର୍‌ଫାନ୍‌ ଖାନଙ୍କୁ ୫୩ବର୍ଷ ବୟସ ହୋଇଥିଲା ଏବଂ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ୨୦୧୮ରେ ଇର୍‌ଫାନ୍‌ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ରୋଗରେ ପୀଡିତ ଥିଲେ। ତାଙ୍କର ଦୁଇଟି ଝିଅ ବାବିଲ ଓ ଅୟାନ। ଗତ କିଛି ଦିନ ହେବ ଇର୍‌ଫାନ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ତାଙ୍କୁ ମୁମ୍ୱାଇର କୋକିଲାବେନ୍‌ ମଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଇର୍‌ଫାନ୍‌ଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ଏହା ପୂର୍ବରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ରାହୁଲ ଗାନ୍ଧୀ,ଶିବରାଜ ସିଂ ଚୌହାନ୍‌, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅମିରି ଖାନ୍,ଅକ୍ଷୟ କୁମାର, ଅମିତାଭ ବଚ୍ଚନ, କରିନା କପୁର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

You might also like