ପୂର୍ବତନ କ୍ରିକେଟର ଇରଫାନ୍ ପଠାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ବୋହୂ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ ଆଣିଲେ ବୃଦ୍ଧ ଦମ୍ପତି, ଭିଡ଼ିଓ ଭାଇରାଲ କରି ଆତ୍ମହତ୍ୟା ଧମକ ଦେଲେ

ଅହମଦାବାଦ : ପୂର୍ବତନ କ୍ରିକେଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ସହ ନିଜ ବୋହୂର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତିି ଅହମ୍ମଦାବାଦ ପୋଲିସ ବିଭାଗରୁ ଅବସର ନେଇଥିବା ଜଣେ ବୃଦ୍ଧ । କେବଳ ଏତିିକି ନୁହେଁ ଇରଫାନ୍ ପଠାନଙ୍କର ଅନେକ ବଡ଼ ବଡ଼ ଲୋକଙ୍କ ସହ ଚିହ୍ନାଜଣା ଥିବାରୁ ତାଙ୍କ ପୁଅକୁ ଓ ବୃଦ୍ଧ ଦମ୍ପତିଙ୍କୁ ଧମକ ଚମକ ମଧ୍ୟ ଦେଉଛନ୍ତି । ତେବେ ଏହି ପ୍ରସଙ୍ଗରେ ପରିବାର ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ନ୍ୟାୟ ନମିଳିଲେ ସେମାନେ ଆତ୍ମହତ୍ୟା କରିବେ ବୋଲି କହୁଛନ୍ତି ବୃଦ୍ଧ ଦମ୍ପତି । ସେପଟେ ଆତ୍ମହତ୍ୟା ଧମକ ଦେଉଥିବା ଅଭିଯୋଗରେ ପୋଲିସ ବୃଦ୍ଧ ସୈୟଦ ଇବ୍ରାହିମ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମାଲା ରୁଜୁ କରିଛି ।

ପୂର୍ବତନ କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସୈୟଦ ଇବ୍ରାହିମଙ୍କ ବୋହୂ ୧୧ ମାର୍ଚ୍ଚ ୨୦୨୧ରେ ପୂରା ପରିବାର ବିରୋଧରେ ଯୌତୁକ ନିର୍ଯାତନା ନେଇ ଏତଲା ଦେଇଛନ୍ତି । ଏନେଇ ବେଜଲପୁର ପୋଲିସ ଷ୍ଟେସନ ପକ୍ଷରୁ ସୂଚନା ମିଳିଛି । ତେବେ ଏହି କଥାକୁ ଖଣ୍ଡନ କରିଛନ୍ତି ଅଭିଯୋଗ ଆଣିଥିବା ବୃଦ୍ଧ ଦମ୍ପତି । ଇରଫାନ୍ ପଠାନ୍ ନିଜ ଶକ୍ତିର ଅପବ୍ୟବହାର କରିବା ସହ ବୋହୂ ମିଛ ମାମଲାରେ ଫସାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି । ତେବେ ଅଭିଯୋଗ ପରେ ପୋଲିସ ଏହି ମାମଲାରେ ତଦନ୍ତ କରୁଛି।

ଇବ୍ରାହିମଙ୍କ ବୋହୂ ହେଉଛନ୍ତି ଇରଫାନଙ୍କ ସମ୍ପର୍କୀୟ ଭଉଣୀ। ଅଭିଯୋଗ ଆଣିଥିବା ବୃଦ୍ଧଙ୍କ ପୁଅ କହିଛନ୍ତି, ଦୀର୍ଘ ଦିନ ହେଲା ତାଙ୍କ ପତ୍ନୀ ଏବଂ ଇରଫାନଙ୍କର ଅନୈତିକ ସମ୍ପର୍କ ରହିଛି । ବିବାହ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ରହିଛି। ସୟଦ ଆହୁରି ଅଭିଯୋଗ କରିଛନ୍ତି ଇରଫାନ୍ ତାଙ୍କ ପତ୍ନୀଙ୍କୁ ସବୁବେଳେ ଭିଡିଓ କଲ କରି କଥା ହୁଅନ୍ତି । ଉଭୟ ଲୁଚିଛପି ବୁଲିବା ପାଇଁ ମଧ୍ୟ ଯାଆନ୍ତି । ତେବେ ଏ ସମ୍ପର୍କରେ ପୂରା ପରିବାର ଜାଣିବା ପରେ ଶାଶୁ ଘର ଲୋକଙ୍କୁ ଫସାଇବା ପାଇଁ ମିଛରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଇରଫାନଙ୍କ ମୋବାଇଲ୍ ନମ୍ବର ସ୍ୱିଚ୍ ଅପ୍ ରହିଛି । ଏବେ ସୁଦ୍ଧା ଇରଫାନ୍ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ଅହମ୍ମଦାବାଦର ବେଜଲପୁର ପୋଲିସ ଷ୍ଟେସନ ଷ୍ଟେସନ୍ ପକ୍ଷରୁ ମଧ୍ୟ କୁହାଯାଇଛି, ଇରଫାନ ପଠାନଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

You might also like