ଆସନ୍ତାକାଲିଠୁ ମହଙ୍ଗା ହେବ ଟ୍ରେନ୍ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ମହଙ୍ଗା ହେବ ଟ୍ରେନ୍ ଯାତ୍ରା। କାରଣ ଅନ୍‌ଲାଇନ୍‌ ବୁକିଂ ଉପରେ ସର୍ଭିସ ଚାର୍ଜ ଲାଗୁ କରାଯିବ।

ସେପ୍ଟେମ୍ବର ପହିଲାରୁ ଆଇଆରସିଟିସି ଜରିଆରେ ବୁକିଂ ହେଉଥିବା ଇ-ଟିକେଟ୍ ଉପରେ ସର୍ଭିସ ଚାର୍ଜ ଲାଗୁ ହେବ ବୋଲି ଭାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନନ୍ ଏସି ବା ସ୍ଲିପର ଶ୍ରେଣୀ ପାଇଁ ଟିକେଟ ଉପରେ ୧୫ ଟଙ୍କା ଓ ଏସି ଶ୍ରେଣୀ ପାଇଁ ଟିକେଟ ଉପରେ ୩୦ ଟଙ୍କା ସର୍ଭିସ ଚାର୍ଜ ଲାଗୁ ହେବ। ଏହାଛଡ଼ା ଜିଏସ୍‌ଟି ମଧ୍ୟ ଲାଗୁ କରାଯିବ ବୋଲି କୁହାଯାଇଛି।

୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ପରେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଲାଗି ୨୦୧୭ ସାଧାରଣ ବଜେଟରେ ଫେବ୍ରୁଆରି ୧ ତାରିଖରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସର୍ଭିସ ଚାର୍ଜ ପ୍ରତ୍ୟାହାର କରିଥିଲେ। ପ୍ରତ୍ୟାହାର ପୂର୍ବରୁ ସର୍ଭିସ ଚାର୍ଜ ନନ୍ ଏସି ପାଇଁ ୨୦ ଟଙ୍କା ଓ ଏସି ପାଇଁ ୪୦ ଟଙ୍କା ଲାଗୁଥିଲା। କିଛିଦିନ ପୂର୍ବରୁ ପୁଣି ସର୍ଭିସ ଚାର୍ଜ ଲାଗୁ ପାଇଁ ରେଳବାଇ ବୋର୍ଡ ଆଇଆରସିଟିସିକୁ ଅନୁମତି ଦେଇଥିଲା।

ସର୍ଭିସ ଚାର୍ଜ ପ୍ରତ୍ୟାହାର ପରେ ଅନଲାଇନ ଟିକେଟ ବୁକିଂ କ୍ଷେତ୍ରରେ ୨୬ ପ୍ରତିଶତ ରାଜସ୍ୱ ହାନୀ ହୋଇଥିଲା। ସେପଟେ କାଲିଠୁ ରାଜଧାନୀ ଏକ୍ସପ୍ରେସରେ ଖାଦ୍ୟ ପରିବେଷଣ ମଧ୍ୟ ଇଛାଧୀନ କରାଯାଉଛି। ଅର୍ଥାତ ଟିକେଟ କାଟିବାବେଳେ ଖାଦ୍ୟ ପାଇଁ ଦେୟ ଦେବାକୁ ହେବ ନାହିଁ। ପୂର୍ବରୁ ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ଏବଂ ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସରେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା।

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like