ଦଳାଚକଟାରେ ୩୧ ମୃତ, ୧୦୦ ଆହତ

ବାଗଦାଦ୍‌: ମଙ୍ଗଳବାର ଇରାକ୍‌ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍‌ ସମ୍ପ୍ରଦାୟର ଲୋକେ ଏହି ଉତ୍ସବରେ ଏକାଠି ହୋଇଥିଲେ।

ଏଥିରେ ୧୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଶୁରା ଶୋଭାଯାତ୍ରାର ଶେଷ ଭାଗରେ ଗହଳିର ମାତ୍ରା ବଢ଼ିଯିବାରୁ ଏଭଳି ଘଟଣା ଘଟିଥିଲା। ଲୋକେ ପ୍ରତିବର୍ଷ ଏହି ଶୋଭାଯାତ୍ରାରେ ୮୦ କିଲୋମିଟର ଅତିକ୍ରମ କରିଥା’ନ୍ତି। ଆଜି ମଧ୍ୟ କାରବାଲ ଠାରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଥିଲା।

ଗତ କିଛି ବର୍ଷ ହେଲା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଏହି ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିବା ଜଣାଯାଏ। କିନ୍ତୁ ଚଳିତ ବର୍ଷ ସେଭଳି କିଛି ଘଟିନଥିଲେ ମଧ୍ୟ ଦଳାଚକଟା ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

You might also like