କାର୍‌ରେ ଯାଇ ପାରିଲେନି ଗିରଫ ମୌଲବୀ, ଖୋଜାହେଲା ଟ୍ରକ୍‌

ନୂଆଦିଲ୍ଲୀ:ଇରାକୀ ସେନା ମୋସୁଲ୍‌ ସହରରେ ଜଣେ ଆଇଏସଆଇଏସ୍‌ ମୌଲବୀଙ୍କୁ ଗରିଫ କରିଛି। ଗିରଫ ସିନା କରିଦେଲେ, ହେଲେ ତାଙ୍କୁ ନେଇ ଏବେ ହରଡଘଣାରେ ପଡ଼ିଛି ସେନା। ତାଙ୍କୁ ନେବ କେମିତି ? ରଖିବ କେଉଁଠି ? ଏମିତି ଅନେକ ପ୍ରଶ୍ନ ଏବେ ଇରାକୀ ସେନା ସାମ୍ନାରେ।

ଏହି ଆଇଏସଆଇଏସ୍‌ ମୌଲବୀ ଜଣକ ସୋଶାଲ ମିଡିଆରେ ‘ଜବ୍ବା ଦ ଜେହାଦୀ’ ନାମରେ ପରିଚିତ। ତାଙ୍କୁ ଗିରଫ କରିବା ପରେ କାର୍‌ରେ ନେବା ପାଇଁ ଇରାକୀ ଟିମ୍‌ ଯୋଜନା କରିଥିଲେ। ହେଲେ ସମ୍ଭବ ହୋଇ ନ ଥିଲା। ତାଙ୍କୁ କାର୍‌ରେ ବସାଇବା ଏକପ୍ରକାର  କଷ୍ଟସାଧ୍ୟ ବ୍ୟାପାର ଥିଲା।

ମିଡିଆ  ରିପୋର୍ଟ ଅନୁଯାୟୀ, ଏହି ମୌଲବୀଙ୍କ ଓଜନ ୬୫୦ ପାଉଣ୍ଡ ଅର୍ଥାତ୍‌୨୫୦ କିଲୋ । ଟ୍ରକ୍‌ରେ ଉଠାଇ ନପାରିବାରୁ ଟିମ୍‌ ଏକ ପିକ୍‌ଅପ ଟ୍ରକ ମଗାଇଥିଲା। ଆଉ ସେଥିରେ ମୌଲବୀଙ୍କୁ ଲଦି ନେଇ ଯାଇଥିଲା।

ଇରାକୀ ଟିମ୍‌ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଗିରଫ ଅବୁ ଅବଦୁଲ୍‌ ବାରୀ ଆତଙ୍କୀ ସଂଗଠନ ଆଇଏସଆଇଏସ୍‌ର ଜଣେ ବରିଷ୍ଠ ସଦସ୍ୟ ଥିଲେ। ସୁରକ୍ଷାବଳଙ୍କ ବିରୋଧରେ ଉତ୍ତେଜକ ଭାଷଣ ଦେଇ ଲୋକଙ୍କୁ ଭଡ୍‌କାଉଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଏପରିକି ଆଇଏସଆଇଏସ୍‌ଙ୍କୁ ସମର୍ଥନ କରୁ ନ ଥିବା କେତେକ ମୌଲବୀଙ୍କୁ ହତ୍ୟା କରିବା ପାଇଁ ଫତୁଆ ଜାରି କରିଥିଲେ।

 

You might also like