କରୋନାରୁ ସୁସ୍ଥ ହେଲେ ୧୦୭ ବର୍ଷିୟା ମହିଳା

ତେହ୍ରାନ: କରୋନା ରୋଗରେ ବିଶେଷ କରି ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବାର ଦେଖାଯାଉଥିବା ବେଳେ ଇରାନ୍‌ରୁ ଆସିଛ ଆଶ୍ଚର୍ଯ୍ୟକର ଖବର। କରୋନାରୁ ସୁସ୍ଥ ହୋଇଛନ୍ତି ଜଣେ ୧୦୭ ବର୍ଷୀୟା ବୃଦ୍ଧା। ରବିବାର ଇରାନ୍‌ର ଏକ ବଡ଼ ଗଣମାଧ୍ୟମ ପାର୍ସରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଏହି ବୃଦ୍ଧା ମହିଳା ଜଣକ ନାଁ ହେଲା ସଲତନତ ଅକବରୀ। ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଅର୍କ ସହର ଖାନ୍‌ସାରୀ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେଠାରେ ଆଇସୋଲେସନ୍‌ର କିଛିଦିନ ରହିବା ପରେ ତାଙ୍କ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ଡାକ୍ତର ଓ ନର୍ସଙ୍କ ସାହାଯ୍ୟରେ ସେ କରୋନା ଭାଇରସ୍‌କୁ ପରାସ୍ତ କରି ବିଜୟ ହୋଇ ଘରକୁ ଫେରିଛନ୍ତି ବୋଲି ଫାର୍ସ ରିପୋର୍ଟରେ ଉଲ୍ଲେଖ କରିଛି।

ବହୁଳ କରୋନା ଆକ୍ରାନ୍ତ ମଧ୍ୟପୂର୍ବ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଇରାନ୍‌ ହେଉଛି ଗୋଟିଏ। ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୩୩ ହଜାର ୫୨୧ ଥିବା ବେଳେ ୭,୩୫୯ ଜଣଙ୍କର ମୃତ୍ୟୁ ହୋଇଛି।

 

You might also like