ଅଣ୍ଡରଗ୍ରାଉଣ୍ଡରେ ଇରାନ ଲୁଚାଇ ରଖିଛି ଭୟଙ୍କର ମିଜାଇଲ, ଟାର୍ଗେଟରେ ଏଇ ରାଜ୍ୟ

ତେହରାନ: ଆମେରିକାରେ କ୍ଷମତାର ପରିବର୍ତ୍ତନ ହେବା ପରେ ଇରାନ ତାହାର ମିଜାଇଲ ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗର ଫଟୋ ଜାରି କରିଛି। କୁହାଯାଉଛି, ଇରାନ୍‌ର ଏହି ମିଜାଇଲ ଇଜରାଏଲକୁ ଆଟାକ କରିବାକୁ ସକ୍ଷମ । ଇଜରାଏଲ ଏବଂ ଆମେରିକା ନଜରରୁ ବଞ୍ଚାଇବା ପାଇଁ ଇରାନ ତାର ମିଜାଇଲ ବେସ ମାଟି ତଳେ ରଖିଛି। ଇରାନ୍‌ର ଷ୍ଟେଟ୍ ଟିଭି କିଛି ଦିନ ତଳେ ଏହି ଅଣ୍ଡରଗ୍ରାଉଣ୍ଡ ମିସାଇଲ ବେସ୍‌ର ଫଟୋ ଜାରି କରିଛି।

ଏକ ମିଡିଆ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍‌ରେ ଜାରି ଏ ଭିଡିଓରେ ଇରାନୀ ଅଣ୍ଡରଗ୍ରାଉଣ୍ଡ ମିଜାଇଲ ପ୍ରଣାଳୀକୁ ଦେଖିବାକୁ ମିଳିଛି। କୁହାଯାଉଛି, ଏହା ବାଲାଷ୍ଟିକ୍‌ ମିଜାଇଲକୁ ମଧ୍ୟ ଫାୟାର କରିବା ପାଇଁ ସକ୍ଷମ। ଇରାନ ଗତ ଏକ ସପ୍ତାହ ତଳେ ଘୋଷଣା କରିଥିଲା ଯେ ସେ ପୁଣି ଥରେ ଅଣ୍ଡର ଗ୍ରାଉଣ୍ଡ ନ୍ୟୁକ୍ଲିୟର ପ୍ଲାଣ୍ଟ କାମ ଆରମ୍ଭ କରି ଦେଇଛି

ରିପୋର୍ଟ ଅନୁସାରେ, ଇରାନ ଦୀର୍ଘ ସମୟ ଧରି ଏହି ଅଣ୍ଡଗ୍ରାଉଣ୍ଡ ମିଜାଇଲ ସୁବିଧା ଉପଯୋଗ କରିଆସୁଥିଲା। ହେଲେ ପ୍ରଥମ ଥର ପାଇଁ ପ୍ରକ୍ଷେପଣ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଧାରା ଏକ ଭିଡିଓ ଜରିଆରେ ଦେଖାଇଛନ୍ତି।  ଭିଡିଓରେ ଦେଖାଯାଇଛି, ମିସାଇଲ୍‌କୁ ଭର୍ଟିକାଲ ପୋଜିସନ୍‌ରେ ରଖାଯାଇଛି ଯାହା ଲଞ୍ଚ ପ୍ୟାଡ୍‌ ଦିଗକୁ ଏକ ସୁଡଙ୍ଗ ଭିତରକୁ ଯାଇଛି। ତେବେ ଲଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେଖାଯାଇ ନାହିଁ।

ଇରାନ କିଛି ସପ୍ତାହ ପୂର୍ବରୁ ଇଣାନ ଘୋଷଣା କରିଥିଲା, ସେ ପୁଣି ଥରେ ଅଣ୍ଡଗ୍ରାଉଣ୍ଡ ନ୍ୟୁକ୍ଲିୟର ପ୍ଲାଣ୍ଟ ତିଆରି କରିବା କାମ ଆରମ୍ଭ କରିଦେଇଛି। କିଛି ମାସ ପୂର୍ବରୁ ଇଜିରାଏଲର ବୋମା ବର୍ଷଣ ପରେ ଇରାନ୍‌ର ପରମାଣୁ କ୍ଷେତ୍ରରେ ପ୍ରଭୂତ କ୍ଷତି ହୋଇଥିଲା। ଏହା ପରେ ଭୃପୃଷ୍ଠ ତଳେ ନିଜର ନ୍ୟୁକ୍ଲିୟର ଷ୍ଟେଶନ ତିଆରି କରିବାକୁ ଘୋଷଣା କରିଥିଲା।

 

You might also like