ନିଜ ନୌଜାହାଜକୁ ଟାର୍ଗେଟ କଲା ମିଜାଇଲ୍‌; ୧୯ ସୈନ୍ୟ ମୃତ

ତେହରାନ:ଓମାନ ଖାଡିରେ ସୈନ୍ୟ ଅଭ୍ୟାସ ସମୟରେ ଇରାନ୍‌ର ସାମାନ୍ୟ ଭୁଲ୍‌ ଏବେ ମହଙ୍ଗା ପଡ଼ିଛି। ନିଜ ମିଜାଇଲ ମାଡ଼ରେ ନିଜ ଦେଶର ୧୯ ନୌସେନାଙ୍କ ଜୀବନ ଯାଇଛି। ଅନେକ ସୈନିକ ଆହତ ହୋଇଛନ୍ତି। ଇରାନ୍‌ର ସରକାରୀ ଟିଭି ଚାନେଲ୍‌ରେ ଏ ନେଇ ସୂଚନା ଦିଆଯାଇଛି।  ଏହି ଦୁର୍ଘଟଣା ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ହୋଇଛି।

କ୍ଷତିଗ୍ରସ୍ତ ହୋଇଥିବା କୋନାରକ ଜାହାଜ ଇରାନର ଦକ୍ଷିଣ ସମୁଦ୍ର ଉପକୂଳ ବାନ୍ଦ୍ରେ-ଇ-ଜାସ୍କ ନିକଟରେ ଥିବା ବେଳେ ଏଭଳି ମିଜାଇଲ ମାଡ଼ର ଶିକାର ହୋଇଛି। ଯୁଦ୍ଧ ଜାହାଜ ନିଜ ଲକ୍ଷ୍ୟ ସ୍ଥଳକୁ ଟାର୍ଗେଟ କରି ମିଜାଇଲ ମାଡ଼ର ଅଭ୍ୟାସ କରୁଥିଲା। ହେଲେ ଭୁଲବଶତଃ ଲକ୍ଷ୍ୟ ସ୍ଥଳରୁ ଉପଯୁକ୍ତ ଦୂରତା ଅବଲମ୍ବନ କରିପାରି ନଥିଲା। ଫଳରେ ମଜାଇଲ ମାଡ଼ରେ ଜାହାଜଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲେ।

ମିସାଇଲ ମାଡ଼ରେ ୧୯ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇରାନର ଅନ୍ୟ ଏକ ଜାହାଜ ମାଡ଼ କରିଥିବା ମିଜାଇଲ ଯୋଗୁ କୋନାରକ ଜାହାଜ ଏତେବଡ଼ କ୍ଷତି ସହିଛି।

ତେବେ ଏନେଇ ସରକାରଙ୍କ ପକ୍ଷରୁ କିଛି ବି କୁହାଯାଇ ନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋନାରକ ଜାହାଜ ମିସାଇଲ ମାଡ଼ର ଶିକାର ହୋଇଛି ଓ ୧୯ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି।

ସୂଚନାଥାଉ କି, ଏହି ଜାହଜକୁ ୧୯୮୮ରେ ହଲାଣ୍ଡରୁ କିଣିଥିଲା ଇରାନ ନୌସେନା। ଏହି ଜାହଜକୁ ୨୦୧୮ରେ ଅପ୍‌ଗ୍ରେଡ୍‌ କରାଯାଇଥିଲା। ୪୭ ମିଟର ଲମ୍ବ ଏହି ଜାହାଜରେ ୨୦ ନାବିକ ଥିଲେ। ଇରାନ ଏହି ସିପ୍‌କୁ ସମୁଦ୍ର ତଟରେ ପାଟ୍ରୋଲିଂ ପାଇଁ ମୁତୟନ କରିଥିଲା।

You might also like